ଆଜି କେମିତି କଟିବ ଆପଣଙ୍କ ଦିନ; କାହାକୁ ହେବ ଧନ ଲାଭ, କାହାକୁ ମିଳିବ ଭଲ ଚାକିରି…ଜାଣନ୍ତୁ ଭାଗ୍ୟଫଳ

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଉତ୍ତମ ରୂପେ ଲାଭଦାୟକ ହେବାକୁ ଯାଉଛି। ଯଦି ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତା’ ହେଲେ ଆପଣଙ୍କୁ ଆପଣଙ୍କ ଭାଇମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ମିଳିବ। ଆପଣ ବୃଦ୍ଧ, ବୃଦ୍ଧାମାନଙ୍କୁ ପୂରା ସମ୍ମାନ କରିବେ। ଆପଣଙ୍କ ସେମାନଙ୍କ ସହିତ କୌଣସି ବାଦ, ବିବାଦ କରନ୍ତୁ ନାହିଁ, ନଚେତ୍ ସେମାନଙ୍କୁ ଆପଣଙ୍କ କଥା ଖରାପ ଲାଗିପାରେ।

ବୃଷ: ଆଜିର ଆପଣଙ୍କ ପାଇଁ ଲାଭଦାୟକ ହେବ। ବ୍ୟବସାୟ କରୁଥିବା ଲୋକମାନେ କିଛି ନୂତନ କୌଶଳ ଆପଣାଇ ପାରନ୍ତି। ଆପଣଙ୍କୁ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ମିଳିବ। ଆଜି ଆପଣ ଟଙ୍କା ସମ୍ବନ୍ଧୀୟ ମାମଲାରେ ସହଜରେ ଆଗକୁ ବଢ଼ିପାରିବେ। ବାପାଙ୍କୁ ଆପଣ କୌଣସି ନିବେଶ ସମ୍ବନ୍ଧୀୟ ଯୋଜନା ବିଷୟରେ କହି ପାରିବେ।

ମିଥୁନ: ଆଜିର ଦିନ ଆପଣଙ୍କ ପାଇଁ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଆପଣଙ୍କୁ ଗୋଟିଏ ପରେ ଗୋଟିଏ ଭଲ ଖବର ଶୁଣିବାକୁ ମିଳିବ। ଆଜି ଆପଣ ନିଜ କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରନ୍ତୁ ଏବଂ ନିଜର ମୂଲ୍ୟବାନ ଜିନିଷକୁ ସୁରକ୍ଷା ଦିଅନ୍ତୁ। ବ୍ୟବସାୟ କରୁଥିବା ଲୋକଙ୍କୁ ଭଲ ଲାଭ ମିଳିବା ଦ୍ୱାରା ସେମାନଙ୍କ ଖୁସି ଦ୍ୱିଗୁଣ ହୋଇଯିବ।

କର୍କଟ: ଆଜି ଆପଣ ଅତି ସାବଧାନତାର ସହ ଖର୍ଚ୍ଚ କରନ୍ତୁ। କୌଣସି ଅପରିଚିତ ବ୍ୟକ୍ତିଙ୍କ ସହ ଲେଣଦେଣ କରନ୍ତୁ ନାହିଁ, ନଚେତ୍ ସେ ଆପଣଙ୍କୁ ଏକ ବଡ କ୍ଷତି ପହଞ୍ଚାଇ ପାରନ୍ତି। ନିଜର ଆୟ ଏବଂ ବ୍ୟୟ ପାଇଁ ବଜେଟ୍ ପ୍ରସ୍ତୁତ କରନ୍ତୁ, ଏହା ଆପଣଙ୍କ ପାଇଁ ଭଲ ରହିବ। ଯେଉଁମାନେ ବିଦେଶ ଯିବାକୁ ଯୋଜନା କରୁଛନ୍ତି, ସେମାନଙ୍କର ଇଚ୍ଛା ପୂରଣ ହୋଇପାରେ।

ସିଂହ: ପରିବାରରେ କୌଣସି ସଦସ୍ୟଙ୍କ ବିବାହରେ ଯଦି କୌଣସି ବାଧା ଥାଏ, ତେବେ ଆପଣ ନିଜର ପରିଚିତ ବ୍ୟକ୍ତିଙ୍କ ସାହାଯ୍ୟରେ ଏହାକୁ ହଟାଇବାକୁ ସମର୍ଥ ହେବେ। ବ୍ୟସ୍ତ ଜୀବନ ବିତାଉଥିବା ଲୋକମାନେ ନିଜ ସାଥୀଙ୍କ କଥା ବୁଝିବା ଉଚିତ୍, ନଚେତ୍ କୌଣସି ବାଦ ବିବାଦ ଉପୁଜିପାରେ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ।

କନ୍ୟା: ଆଜି ଆପଣଙ୍କ ପଦ, ପ୍ରତିଷ୍ଠାରେ ବୃଦ୍ଧି ହେବ। କଳା କ୍ଷେତ୍ରରେ ଜଡିତ ଲୋକମାନଙ୍କୁ ଭଲ ନାମ କମାଇବାର ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କର କିଛି ନୂତନ ପ୍ରୟାସ ଫଳପ୍ରଦ ହେବ। ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ଆଜି କିଛି ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଏହାଛଡ଼ା କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ଆଜି ପିତାମାତାଙ୍କ ଆଶୀର୍ବାଦ ଅବଶ୍ୟ ନିଅନ୍ତୁ।

ତୁଳା: ବିଦ୍ୟାର୍ଥୀମାନଙ୍କର ଉଚ୍ଚଶିକ୍ଷାର ରାସ୍ତା ପ୍ରଶସ୍ତ ହେବ। ଆପଣଙ୍କୁ ଆପଣଙ୍କ ବରିଷ୍ଠମାନଙ୍କର ପୂରା ସହଯୋଗ ମିଳିବ। ଆପଣଙ୍କର କିଛି ଦୀର୍ଘକାଳୀନ ଯୋଜନା ଗତିଶୀଳ ହେବ। ବ୍ୟବସାୟରେ ଏକ ବଡ଼ ଲାଭ ପାଇବା ଆଶାରେ ଆପଣଙ୍କୁ ଛୋଟ ଲାଭର ଅବସରକୁ ହାତରୁ ଯିବାକୁ ଦେବେ ନାହିଁ। ଯଦି ଆପଣ ନିଜ ପିଲାର କ୍ୟାରିୟରକୁ ନେଇ ଚିନ୍ତିତ, ତା’ ହେଲେ ଆଜି ସେମାନଙ୍କୁ ଏକ ଭଲ ଚାକିରି ମିଳିବା ଦ୍ୱାରା ଆପଣଙ୍କ ଚିନ୍ତା ଦୂର ହେବ। ଆପଣଙ୍କର ଜଣେ ବନ୍ଧୁ ସାହାଯ୍ୟ ମାଗିବାକୁ ଆସି ପାରନ୍ତି।

ବିଛା: ଆପଣ ନିଜ ଖାଦ୍ୟପେୟର ଅଭ୍ୟାସରେ ସୁଧାର ଆଣନ୍ତୁ, ନଚେତ୍ ପେଟ ସମ୍ବନ୍ଧୀୟ କିଛି ସମସ୍ୟା ହୋଇପାରେ। ଆପଣ ନିଜର କଥାବାର୍ତ୍ତା ଦ୍ୱାରା ଲୋକଙ୍କୁ ଖୁସି କରିବାରେ ସମର୍ଥ ହେବେ। ଆପଣଙ୍କୁ ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ କିଛି ସମୟ ବାହାର କରିବାକୁ ପଡିବ। ଜୀବନସାଥୀଙ୍କ ସମର୍ଥନ ମିଳିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହେବ।

ଧନୁ: ଆଜିର ଦିନ ଆପଣଙ୍କ ପାଇଁ ସକାରାତ୍ମକ ଫଳାଫଳ ନେଇ ଆସିବ। ଦାମ୍ପତ୍ୟ ଜୀବନରେ ସୁଖ, ସମୃଦ୍ଧି ବଢ଼ିବା ଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ରହିବ। ସାଙ୍ଗମାନଙ୍କ ସହିତ ଆପଣ କିଛି ସ୍ମରଣୀୟ ମୁହୂର୍ତ୍ତ ବିତାଇବେ। କୌଣସି କାର୍ଯ୍ୟରେ ଧୌର୍ଯ୍ୟ ଏବଂ ସାହସ ବଜାୟ ରଖନ୍ତୁ। କର୍ମକ୍ଷେତ୍ରରେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ।

ମକର: ଆଜି ଆପଣ ବୁଝି ବିଚାରି କାମ କରନ୍ତୁ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ, ନଚେତ୍ ଆପଣ କୌଣସି ରୋଗକୁ ନିମନ୍ତ୍ରଣ କରି ପାରନ୍ତି। ଯଦି ଆପଣ ପୂର୍ବରୁ କାହାଠାରୁ ଧନ ଉଧାର ନେଇଛନ୍ତି, ତା’ ହେଲେ ଆପଣ ଏହାକୁ ବହୁ ପରିମାଣରେ ପରିଶୋଧ କରିବାକୁ ସମର୍ଥ ହେବେ। କର୍ମକ୍ଷେତ୍ରରେ ଆଜି କଠିନ ପରିଶ୍ରମ ଦେଖି ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ।

କୁମ୍ଭ: କୌଣସି ନୂଆ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଆଜି କାହାକୁ ବ୍ୟବସାୟରେ ଅଂଶୀଦାର କରନ୍ତୁ ନାହିଁ, ନଚେତ୍ ସେ ଆପଣଙ୍କୁ ଏକ ବଡ଼ କ୍ଷତି ପହଞ୍ଚାଇ ପାରନ୍ତି। ଶୈକ୍ଷଣିକ ବିଷୟଗୁଡ଼ିକ ପ୍ରତି ଆପଣଙ୍କ ଆଗ୍ରହ ଜନ୍ମିପାରେ। କୌଣସି ପ୍ରିୟଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତା କରିପାରନ୍ତି। ଆପଣ କାମ ଖୋଜୁଥିଲେ, ଆଜି କୌଣସି ଶୁଭ ସୂଚନା ଶୁଣିବାକୁ ମିଳିପାରେ।

ମୀନ: ଆପଣଙ୍କ ପାଇଁ ଦିନଟି ନିଶ୍ଚିତ ରୂପେ ଫଳପ୍ରଦ ହେବ। ଆପଣ ପରିବାରର ବରିଷ୍ଠ ସଦସ୍ୟମାନଙ୍କ କଥାକୁ ପୂରା ସମ୍ମାନ ଦେବେ। ବ୍ୟବସାୟରେ ଯଦି କିଛି ଯୋଜନା ଆପଣଙ୍କୁ ଦୀର୍ଘ ଦିନରୁ ଅସୁବିଧାରେ ପକାଇ ଆସୁଥିଲା, ତ ଆପଣ ତାହାକୁ ପୁଣିଥରେ ଆରମ୍ଭ କରିପାରିବେ। ଆପଣ ନିଜର ସୌଖୀନ ଜିନିଷ କିଣିବାରେ ମଧ୍ୟ ବହୁତ ଟଙ୍କା ଖର୍ଚ୍ଚ କରିବେ। କୌଣସି କାମ ପାଇଁ ଜିଦି କରନ୍ତୁ ନାହିଁ, ନଚେତ୍‌ ତାହା ଆପଣଙ୍କୁ ସମସ୍ୟାରେ ପକାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.