ଡାକ୍ତରଙ୍କ ବିନା ପରାମର୍ଶରେ ପିଲାଙ୍କୁ ଦିଅନ୍ତୁ ନାହିଁ ସର୍ଦ୍ଦି,କଫ୍‌ ସିରପ୍‌, ଅଧିକ ଆଣ୍ଟିବାୟୋଟିକ ସେବନ ହ୍ରାସ କରେ ସ୍ମରଣ ଶକ୍ତି

ନୂଆଦିଲ୍ଳୀ : କିଛି ଦିନ ତଳେ ଉଜବେକିସ୍ତାନରେ କଫ୍‌ ସିରଫ ଖାଇ ୧୮ ଶିଶୁଙ୍କର ପ୍ରାଣହାନୀ ଘଟିଥିବା ଜଣାଯାଇଛି । ନୋଏଡା ସ୍ଥିତ ଏକ ଭାରତୀୟ କମ୍ପାନୀର ଏହି କଫ୍‌ ସିରପ୍‌ ଖାଇବା ଦ୍ୱାରା ଶିଶୁମାନଙ୍କର ସ୍ୱାସ୍ଥ୍ୟ ବିଗିଡିବା ସହ ମୃତ୍ୟୁ ଘଟିଥିଲା ବୋଲି ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି । ତେବେ ଉଜବେକିସ୍ତାନ ମିଡିଆରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ବିନା ଡାକ୍ତରୀ ପରାମର୍ଶରେ ଏହି କଫ୍‌ ସିରପ୍‌ ର ଅଧିକ ଡୋଜ୍‌ ନେବା ଦ୍ୱାରା ମୃତ୍ୟୁ ହୋଇଛି ।

ଏହାକୁ ନେଇ କେନ୍ଦ୍ର ସରକାର ଯାଞ୍ଚ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଭାରତରେ ମଧ୍ୟ ଏପରି ସାଇଡ ଇଫେକ୍ଟ ମାମଲା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ପେନ କିଲର ମେଡିସିନ ଅଧିକ ଡୋଜ କିଡନୀ ଫେଲ୍‌ ସମସ୍ୟା ଆଣିପାରେ । ଆଉ କେତେକ ବିଶେଷଜ୍ଞଙ୍କ ମତରେ ଅଧିକ ଆଣ୍ଟିବାୟୋଟିକ ସେବନ ଶିଶୁଙ୍କର ସ୍ମରଣ ହ୍ରାସ କରିଥାଏ ।

ଉଜବେକିସ୍ତାନରେ ୧୮ ଶିଶୁଙ୍କ ମୃତ୍ୟୁ ଓ ଗତବର୍ଷ ଆଫ୍ରିକା ଦେଶରେ ମଧ୍ୟ ସିରପ୍‌ ପିଇବା ଦ୍ୱାରା ୭୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ବିଶେଷକରି ସିରପ୍‌ ର ସୁରକ୍ଷାକୁ ନେଇ ଅଧିକ ପ୍ରଶ୍ନ ଉଠିଛି ।

ମେଡିସିନକୁ ନେଇ ସବୁ ବିଶେଷଜ୍ଞଙ୍କ ସମାନ ମତ ଯେ କୌଣସି ମେଡିସିନ ଷ୍ଟୋରରୁ କିମ୍ବା ବିନା ଡାକ୍ତରଙ୍କ ପରାମର୍ଶରେ ଶିଶୁଙ୍କୁ କୌଣସି ମେଡିସିନ ଦେବା ଉଚିତ୍‌ ନୁହେଁ । ବିଶେଷକରି ଶିଶୁଙ୍କ କ୍ଷେତ୍ରରେ ଏହି କଥା ବିଶେଷ ଗମ୍ଭୀରତାର ସହ ନେବା ଉଚିତ୍‌ ।

ବିପି-ଡାୟାବେଟିସ ରୋଗୀ ଆଣ୍ଟିବାୟୋଟିକ ଠାରୁ ରୁହନ୍ତୁ ସାବଧାନ

ଜର, ଥଣ୍ଡା ଓ ଦରଜ ଆଦି ସାଧାରଣ ରୋଗରେ ଆଣ୍ଟିବାୟୋଟିକ ନେବାକୁ ଡାକ୍ତରମାନେ ବାରଣ କରିଛନ୍ତି । କାରଣ ହଠାତ୍‌ ହୁଏତ ଏହି ରୋଗ ଭଲ ହୋଇଯିବ, ହେଲେ ପରେ ଯେଉଁ ସାଇଡ ଇଫେକ୍ଟ ଦେଖାଦେବ ତାହା ବ୍ୟକ୍ତି ପାଇଁ ବହୁ ମାରାତ୍ମକ ହୋଇପାରେ । ତେଣୁ ବିପି-ଡାୟାବେଟିସ ରୋଗୀ ବିନା ଡାକ୍ତର ପରାମର୍ଶରେ ଆଣ୍ଟିବାୟୋଟିକ, ଆଣ୍ଟିଡିପ୍ରେସେଣ୍ଟ, କାର୍ଟିୟୋଷ୍ଟେରୋଏଡ୍‌ ଓ ପେନ କିଲର ଭଳି ମେଡିସିନ ନେବା କଥା ନୁହେଁ । ଏହା ହାଡ ଦୁର୍ବଳ କରିବା ସହ ଲିଭର କିଡନୀକୁ ପ୍ରଭାବିତ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.