ଆଜି ବଢ଼ିଆ କଟିବ ଦିନ; କେବଳ ନକାରାତ୍ମକ ଚିନ୍ତାଧାରଠାରୁ ରୁହନ୍ତୁ ଦୂରେଇ…ଜାଣନ୍ତୁ ରାଶିଫଳ

ମେଷ: ଆଜିର ଦିନ ବହୁତ ଭଲ ରହିବ। କୌଣସି ଜରୁରୀ କାମ ଆଜି ସମୟ ଅନୁସାରେ ପୂରା ହୋଇଯିବ। ଆଜି କୌଣସି ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ।

ବୃଷ: ଆଜି ଆପଣଙ୍କ ମନରେ ମନୋରଞ୍ଜନର କଥା ଛାଇ ରହିବ। ଆଗକୁ ବଢ଼ନ୍ତୁ ଏବଂ ନିଜ ସାଙ୍ଗ ଓ ପରିବାର ସଦସ୍ୟଙ୍କ ସହ ମିଶି କିଛି ଖାସ୍‌ କରନ୍ତୁ।

ମିଥୁନ: କର୍ମକ୍ଷେତ୍ରରେ ଆପଣ ବ୍ୟସ୍ତ ରହିବେ। କିଛି ସ୍ଥଗିତ ଥିବା ଯୋଜନା ଆଜି କାର୍ଯ୍ୟକାରୀ ହୋଇପାରେ। ଚାକିରି କରୁଥିବା ଲୋକମାନେ ଆଜି ପଦୋନ୍ନତି ପାଇପାରନ୍ତି।

କର୍କଟ: ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାକୁ ଯାଉଛି। ନକାରାତ୍ମକ ଚିନ୍ତାଧାରାଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। ଧନଲାଭର ଯୋଗ ରହୁଛି, ଏହାସହିତ ଖର୍ଚ୍ଚ ମଧ୍ୟ ବଢ଼ିପାରେ।

ସିଂହ: ଦିନ ଆରମ୍ଭରେ କିଛି ବାଧା ଆସିପାରେ। ସାମାଜିକ ସମାବେଶରେ ଆପଣ ବ୍ୟସ୍ତ ରହିବେ। ଆଜି ଆପଣଙ୍କୁ ଆର୍ଥିକ ଯୋଜନାରେ ଲାଭ ମିଳିବ। ପଡୋଶୀଙ୍କଠାରୁ ଟେନସନ ମିଳିପାରେ।

କନ୍ୟା: ଆଜି ଆପଣମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ। ନିଜର ସାହସ ଏବଂ ସଂଗଠିତ କାର୍ଯ୍ୟର ଶକ୍ତିରେ ଆପଣ ସହଜରେ ବିଜୟ ପ୍ରାପ୍ତ କରିପାରିବେ।

ତୁଳା: ଆଜି କର୍ମକ୍ଷେତ୍ରରେ ଆପଣଙ୍କୁ ବଡ଼ ନିଷ୍ପତ୍ତି ନେବାକୁ ପଡିପାରେ। ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ। ଆପଣଙ୍କ ବୁଝାମଣା ଏବଂ ବିନମ୍ରତା ଦ୍ୱାରା ଲୋକେ ବହୁତ ପ୍ରଭାବିତ ହେବେ।

ବିଛା: ଆଜି ଆପଣଙ୍କର କିଛି ବିରୋଧୀ ଆପଣଙ୍କୁ ଭୁଲ୍ ପ୍ରମାଣିତ କରିବାକୁ ଶତଚେଷ୍ଟା କରିବେ। ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଆଜି ଆପଣ ସାବଧାନତାର ସହିତ କାର୍ଯ୍ୟ କରନ୍ତୁ।

ଧନୁ: ଆଜି ଆପଣଙ୍କର କିଛି ଇଚ୍ଛା ପୂରଣ ହୋଇପାରେ। ବ୍ୟବସ୍ଥିତ ରୂପେ କାର୍ଯ୍ୟ କରିବା ଦ୍ୱାରା ଜିନିଷଗୁଡ଼ିକ ଆପଣଙ୍କୁ ଆଗକୁ ବଢ଼ାଇପାରେ। ଆଜି ଆପଣ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି।

ମକର: ଆଜି ଆପଣଙ୍କୁ ଭାଗ୍ୟର ସାଥ୍‌ ମିଳିବ। ଛୋଟ ମୋଟ ଧନଲାଭ ହେବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଆଜି ରାଶିର ଶିକ୍ଷକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ହୋଇପାରେ।

କୁମ୍ଭ: ଆଜିର ଦିନ ଈଶ୍ୱରଙ୍କ ସ୍ମରଣରେ ବିତିବ। ଧାର୍ମିକ କାର୍ଯ୍ୟରେ ଆପଣ ବ୍ୟସ୍ତ ରହିବେ। ଚାକିରି-ବ୍ୟବସାୟରେ ଅନୁକୂଳ ପରିସ୍ଥିତି ରହିବ। ଆଜି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହେବ।

ମୀନ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିବ। କିନ୍ତୁ ଅନେକ ଜିନିଷ ଆପଣଙ୍କ ସପକ୍ଷରେ ଏବଂ ଆପଣଙ୍କ ପାଇଁ ଲାଭଦାୟକ ରହିବ। ଶାନ୍ତ ଏବଂ ଧୌର୍ଯ୍ୟ ସହିତ ଆଗକୁ ବଢ଼ିବା ଦ୍ୱାରା ଜିନିଷ ଆପଣଙ୍କ ନିୟନ୍ତ୍ରଣରେ ରହିବ।