ଘରେ ଥିବା ଜିନିଷରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ସ୍ୱାଦ୍ଦିଷ୍ଟ ଆଳୁ ଲଲିପପ

ସାଧାରଣତଃ ମହିଳାମାନେ ପ୍ରତିଦିନ ସକାଳୁ ଘରେ କଣ ବ୍ରେକଫାଷ୍ଟ ପ୍ରସ୍ତୁତ କରିବେ ସେନେଇ ଚିନ୍ତିତ ଥାନ୍ତି । କାରଣ ନିୟମିତ ଭାବେ ଗୋଟିଏ ପ୍ରକାର ଖାଦ୍ୟ ସମସ୍ତଙ୍କୁ ଭଲ ଲାଗେ ନାହିଁ । ସେଥିପାଇଁ ପ୍ରତିଦିନ ଆମକୁ କିଛି ନା କିଛି ନୂଆ ପ୍ରସ୍ତୁତ କରିବାକୁ ପଡିଥାଏ । ଖାସ କରି ପିଲାମାନଙ୍କ ପାଇଁ ଆମକୁ ଭାବିବାକୁ ପଡିଥାଏ । କିନ୍ତୁ ଆମେ ଆଜି ଆପଣଙ୍କ ପାଇଁ ନେଇଆସିଛୁ ଏପରି ଏକ ଡ଼ିସ ଯାହାକୁ ଖାଇବା ପରେ ଆପଣଙ୍କ ପିଲା ପ୍ରତିଦିନ ଏହାକୁ ଖାଇବା ପାଇଁ ମନ ବଳାଇବେ । ଏହା ଖାଇବାକୁ ଯେପରି ସ୍ୱାଦ୍ଦିଷ୍ଟ ବନାଇବା ପାଇଁ ମଧ୍ୟ ସେତେ ସହଜ । କେବଳ ଘରେ ଥିବା ଜିନିଷ ମାଧ୍ୟମରେ ଆପଣ ବନାଇପାରିବେ ଏହି ସ୍ୱାଦ୍ଦିଷ୍ଟ ଖାଇବା । ତାହେଲେ ଜାଣିନିଅନ୍ତୁ କିପରି ଘରେ ଅତି ସହଜରେ ବନାଇବେ ‘ଆଳୁ ଲଲିପପ’ ।

Related image

ଆଳୁ ଲଲିପପ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ

୪ଟି ସିଝା ଆଳୁ, ୫ଟି ବ୍ରେଡର ଗୁଣ୍ଡ, ୩ଟି ପିଆଜ, ଅଧାକପ ଧନିଆପତ୍ର, ୨ ଚାମଚ ଲଙ୍କା ପାଉଡର, ୧ ଚାମଚ ଆମଚୁର ପାଉଡର, ୧ ଚାମଚ ଧନିଆ ପାଉଡର,୧ ଚାମଚ ଅଦାରସୁଣ ପେଷ୍ଟ, ୧ ଚାମଚ ଚି଼ଲ୍ଲୀ ଫ୍ଲେକ୍ସ, ୪ ଚାମଚ ମଇଦା ଓ ଲୁଣ ସ୍ୱାଦ ଅନୁସାରେ ।

ଏହାସହ ପଢନ୍ତୁ ଘରେ ବନାନ୍ତୁ ସ୍ୱାଦ୍ଦିଷ୍ଟ ପନିର ଟୀକ୍କା ଉଇଥ ଆଳୁ, ଜାଣନ୍ତୁ କେତେ ସହଜରେ ପ୍ରସ୍ତୁତ ହୋଇଥାଏ ଏହି ରେସିପି

ପ୍ରସ୍ତୁତି ପ୍ରଣାଳୀ

ଆଳୁ ଲଲିପପ ବନାଇବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ସିଝା ଆଳୁ ନେଇ ଚକଟି ଦିଅନ୍ତୁ । ତାପରେ ସେଥିରେ ଅଳ୍ପକିଛି ବ୍ରେଡ ପାଉଡର, କଟା ପିଆଜ, ଧନିଆପତ୍ର, ଲଙ୍କାଗୁଣ୍ଡ, ଧନିଆ ପାଉଡର, ଅଦା ରସୁଣ ପେଷ୍ଟ, ଆମଚୁର ପାଉଡର ଓ ଲୁଣ ପକାଇ ଭଲଭାବେ ଗୋଳାଇ ଏଥିରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଆଉ ଏକ ପାତ୍ରରେ ମଇଦା ନେଇ ସେଥିରେ ଟିକେ ଲୁଣ ଓ ପାଣି ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ଓ ଆଉ ଏକ ପ୍ଲେଟରେ ବ୍ରେଡ଼ଗୁଣ୍ଡ ଓ ଚି଼ଲ୍ଲୀ ଫ୍ଲେକ୍ସ ପକାଇ ମିଶାଇ ଦିଅନ୍ତୁ । ଏହାପରେ ଏକ ପ୍ୟାନରେ ତେଲ ଗରମ କରି ଗୁଳା ଗୁଡିକୁ ମଇଦାରେ ବୁଡାଇ ତାପରେ ବ୍ରେଡ ପାଉଡରରେ ଗୋଳାଇ କମ ଆଞ୍ଚରେ ଫ୍ରାଏ କରନ୍ତୁ । ଶେଷରେ ଏହାକୁ ବାହାର କରି ଟୁଥପିକ ଲଗାଇ ଗରମ ଗରମ ସର୍ଭ କରନ୍ତୁ ଆଳୁ ଲଲିପପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.