ଛୁରୀ ଦେଖାଇ ନାବାଳିକାକୁ ଗଣଦୁଷ୍କର୍ମ: ଜଣେ ଅଟକ

ଆଳି (କେ ନ୍ୟୁଜ) : କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଂଚଳରେ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଗତ ୬ତାରିଖ ରାତିରେ ଝିଅଟି ବାହାରକୁ ଉଠିଥିବା ବେଳେ ୨ଜଣ ଯୁବକ ଛୁରୀ ଦେଖାଇ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ୨ଜଣ ଯୁବକ ଘରପାଖରେ ଫୋପାଡ଼ି ଦେଇ ଚାଲିଯାଇଥିଲେ । ଘର ଲୋକେ ଖୋଜା ଖୋଜି କରିବା ପରେ ମୁର୍ମୂଷ ଅବସ୍ଥାରେ ପାଇଥିଲେ। ଏହି ଘଟଣାକୁ ଗାଁର କିଛି ଲୋକ ଆପୋସ ବୁଝାମଣା ପାଇଁ ଉଦ୍ୟମ କରିଥିଲେ । ଏଥିରେ ଛାତ୍ରୀଙ୍କ ପରିବାର ଲୋକେ ରାଜିନହେବାରୁ ଯୁବକଙ୍କ ଘର ଲୋକେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଆଳି ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିବା ସହ ଜଣକୁ ଅଟକରଖି ତଦନ୍ତ ଜାରି ରଖିଛି । ପୋଲିସର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରିନାହି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.