Below header

ଆଜି ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଗୋଷାଣୀ ଭସାଣ ଉତ୍ସବ, ସିଂହଦ୍ୱାରଠାରେ ଏକତ୍ରିତ ହେବେ ବିଭିନ୍ନ ସାହିରେ ପୂଜା ପାଉଥିବା ଗୋଷାଣୀ

ପୁରୀ(କେନ୍ୟୁଜ୍): ଆଜି ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଗୋଷାଣୀ ଭସାଣ ଉତ୍ସବ। ଶ୍ରୀମନ୍ଦିର ସିଂହଦ୍ୱାରଠାରେ ଏକତ୍ରିତ ହେବେ ବିଭିନ୍ନ ସାହିରେ ପୂଜା ପାଉଥିବା ଗୋଷାଣୀ। ବିଶେଷତଃ ସର୍ବ ବୃହତ ମାଆ ବାରବାଟୀ, ଜହ୍ନିମୁଣ୍ଡିଆ , ଜହ୍ନିଖାଇ ,ଗେଲବାଇ ଓ ବେଲବାଇ ସହିତ ନାଗା ପ୍ରମୁଖ ଗୋଷାଣୀ ଭସାଣ ଉତ୍ସବରେ ସାମିଲ ହେବେ। ଶାନ୍ତିଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଅପରାହ୍ନ ୪ଟା ପରଠାରୁ ଗୋଷାଣୀ ଏକତ୍ରିତ ହେବେ। ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.