Below header

ଇଣ୍ଟରନେଟରେ ଦୀପିକାଙ୍କ ‘ଡିସ୍କୋ’ ଲୁକ୍‌ ଭାଇରାଲ, ଧଳା ଶାର୍ଟରେ କମାଲ ଦେଖାଯାଉଛନ୍ତି ଦୀପିକା

ଆଜିକାଲି ଫ୍ୟାଶନ ଓ୍ଵାଲର୍ଡରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ବଲିଉଡ ଅଭିନେତ୍ରୀମାନଙ୍କ ମଧ୍ୟରେ ଫ୍ୟାଶନ ମଧ୍ୟ ପରିବର୍ତ୍ତନ ହୋଇଛି। ମେକ୍‌ଅପ୍‌ ଠାରୁ ଆରମ୍ଭ କରି ହେୟାର ଷ୍ଟାଇଲିଂ ଏବଂ ଫ୍ୟାଶନ ଡିଜାଇନିଂ ମଧ୍ୟରେ ଅନେକ ପାର୍ଥକ୍ୟ ଦେଖିବାକୁ ମିଳିଛି। ନିକଟରେ ଦୀପିକା ପାଦୁକୋନଙ୍କ ଅଲହଦା ଅନ୍ଦାଜ ଫଟୋ ଇଣ୍ଟନେଟରେ ଭାଇରାଲ ହୋଇଛି, ଯାହା ଆପଣଙ୍କୁ ମଧ୍ୟ ବେଶ ପସନ୍ଦ ଆସିବ।

ଦୀପିକାଙ୍କ ଏହି କାଜୁଆଲ ଲୁକ୍‌ ଦେଖିବାକୁ ବେଶ୍‌ କୁଲ। ଏହି ଲୁକ୍‌ରେ ଦୀପିକା ଫ୍ୟାଶନ ଗ୍ଲସ ଦେଉଛନ୍ତି। ଏହି ଲୁକ୍‌କୁ ଆପଣ ଫ୍ରେଣ୍ଡସ୍‌ ପାର୍ଟି କିମ୍ବା ଡିନର ପାର୍ଟିରେ ମଧ୍ୟ ପିନ୍ଧିପାରିବେ।

deepika

ଏହି ଫଟୋକୁ ଦୀପିକା ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ‘ ଇଟସ୍‌ ଟାଇମ୍‌ ଟୁ ଡିସ୍କୋ’। ଧଳା ରଙ୍ଗର ଅନ୍‌ ସୋଲଡର ଶାର୍ଟ ସାଙ୍ଗୁ ବୟଫ୍ରେଡ ଫିଟ୍‌ ଲାଇଟ୍‌ ବ୍ଲୁ ଜିନ୍ସରେ ଦୀପିକା କମାଲ ଦେଖାଯାଇଛନ୍ତି। ଦୀପିକାଙ୍କ ଗ୍ଲିଟର ମେକଅପ୍‌ ବେଶ୍‌ ପ୍ରଶଂସନୀୟ। ଦୀପିକାଙ୍କ ଏହି ମେକ୍‌ଅପ୍‌ ସାଙ୍ଗକୁ ଡ୍ରେସ ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.