ଶସ୍ତାରେ କିଣନ୍ତୁ Xiaomiର Redmi 8 ସ୍ମାର୍ଟଫୋନ୍‌, ଜାଣନ୍ତୁ ଏହାର ଫିଚର ଓ ଦାମ୍‌

ସାଓମି ବଜେଟ୍‌ ସେଗ୍‌ମେଣ୍ଟ ଲିଷ୍ଟରେ ନିଜର ଆଉ ଏକ ନୂଆ ସ୍ମାର୍ଟଫୋନ୍‌ Redmi 8 କୁ ସାମିଲ କରିଛି। କମ୍ପାନୀ ଆଜି ଭାରତରେ ଏହି ଫୋନ୍‌କୁ ଲଞ୍ଚ୍‌ କରିଛି। ଏହାର ଦାମ୍‌ ୮,୯୯୯ ଟଙ୍କା ରଖାଯାଇଛି, ଯାହା ୫ ଜିବି + ୬୪ ଜିବି ଭାରିଏଣ୍ଟ ସମ୍ପନ୍ନ। କମ୍ପାନୀର କହିବାନୁସାରେ ଏହି ଫୋନ୍‌ର ୫୦ ଲକ୍ଷ ୟୁନିଟ୍‌ ପର୍ଯ୍ୟନ୍ତ ୭,୯୯୯ ଟଙ୍କାରେ ବିକ୍ରି କରାଯିବ। ଯଦି ଶସ୍ତାରେ ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ବିକଳ୍ପ। ଅକ୍ଟୋବର ୧୨ ତାରିଖରେ ଫୋନ୍‌ର ପ୍ରଥମ ବିକ୍ରି ଆରମ୍ଭ ହେବ ବୋଲି ଜଣାଯାଇଛି।

Redmi 8 ରେ ୬.୨ ଇଞ୍ଚ୍‌ର HD ଡିସ୍‌ପ୍ଲେ ଦିଆଯାଇଛି। ଏହି ଫୋନ୍‌ର ଡିସ୍‌ପ୍ଲେରେ ଡଟ୍‌ ନଚ୍‌ ଉପଲବ୍ଧ ରହିଛି। ଏହା Corning Gorilla Glass 5 ପ୍ରୋଟେକ୍ସନ୍‌ ସହ ଆସୁଛି। Redmi 8 ରେ ଡୁଆଲ ରିୟର କ୍ୟାମେରା ଦିଆଯାଇଛି। ଏହାର ପ୍ରାଇମେରୀ କ୍ୟାମେରା ୧୨ ମେଗାପିକ୍ସେଲର ଥିବା ବେଳେ ଅନ୍ୟଟି ୨ ମେଗାପିକ୍ସେଲର। ଏହାର କ୍ୟାମେରାରେ HDR ସର୍ପୋଟ ମଧ୍ୟ ଦିଆଯାଇଛି। କ୍ୟାମେରା ଇଣ୍ଟରଫେସ୍‌ରେ ଗୁଗଲ ଲେନ୍ସର ସର୍ପୋଟ ମଧ୍ୟ ରହିଛି। ସେଲ୍ଫି ପାଇଁ Redmi 8 ରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

ଏହି ସ୍ମାର୍ଟଫୋନ୍‌ରେ ରିୟର ଫିଙ୍ଗରପ୍ରିଣ୍ଟ ସ୍କାନର ଏବଂ ଫେସ୍‌ଅନ୍‌ଲକ ଭଳି ପ୍ରିମିୟମ୍‌ ଫିଚର ମଧ୍ୟ ଦିଆଯାଇଛି। ପାଓ୍ଵାର ପାଇଁ Redmi 8 ରେ ୫୦୦୦mAhର ବ୍ୟାଟେରୀ ଦିଆଯାଇଛି। କମ୍ପାନୀର କହିବାନୁଯାୟୀ, ଏହା ୨୭ ଦିନର ଷ୍ଟାଣ୍ଡବାଏ ବ୍ୟାକଅପ୍‌ ଦେବ। ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି Redmi 8 ରେ USB Type C ର ସର୍ପୋଟ ଦିଆଯାଇଛି, ଯାହା ୧୮W ଫାଷ୍ଟ ଚାର୍ଜିଂ କରିଥାଏ।

ଏହାସହ ପଢନ୍ତୁ: ଥରେ ଚାର୍ଜ ହେଲେ ସପ୍ତାହେ ଚାଲିବ ଏହି କମ୍ପାନୀର ସ୍ମାର୍ଟଫୋନ୍‌, ଡିସେମ୍ବର ହେଉଛି ଲଞ୍ଚ୍‌