ରସାୟନ ବିଜ୍ଞାନ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷିତ, ଲିଥିଅମ ବ୍ୟାଟେରୀର ବିକାଶ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ
କେନ୍ୟଜ୍ (ବ୍ୟୁରୋ): ରସାୟନ ବିଜ୍ଞାନ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷିତ। ଆମେରିକୀୟ ରସାୟନ ବିଜ୍ଞାନୀ ଜନ୍ ବି. ଗୁଡଏନଫ, ଏମ. ଷ୍ଟାନ୍ଲି ୱିଟିଙ୍ଗାମ ଓ ଜାପାନୀ ରସାୟନ ବିଜ୍ଞାନୀ ୟାକିରା ୟୋସିନୋଙ୍କୁ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ। ଲିଥିଅମ ବ୍ୟାଟେରୀର ବିକାଶ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଦୈନନ୍ଦିନ ଜୀବନରେ ସ୍ୱଳ୍ପ ଓଜନର, ରିଚାର୍ଜ ହୋଇପାରୁଥିବା ଏବଂ ଶକ୍ତିଶାଳୀ ବ୍ୟାଟେରୀର ବହୁଳ ବ୍ୟବହାର ହେଉଛି। ମୋବାଇଲ ଫୋନ ଠାରୁ ଲାପ୍ଟପ ଓ ବୈଦ୍ୟୁତିକ ଯାନରେ ଏହାର ବହୁଳ ବ୍ୟବହାର ଚାଲିଛି। ସୌର ଓ ପବନରୁ ଶକ୍ତି ସଂଗ୍ରହ କରି ଏହାକୁ ଜୀବାଶ୍ମ ଇନ୍ଧନ ମୁକ୍ତ ସମାଜ ଗଠନରେ ଏହି ତିନି ବୈଜ୍ଞାନିକ ଗବେଷଣା ନୂଆ ଦିଗ ଦେଇଥିବା ରୟାଲ ସ୍ୱିଡିଶ ଏକାଡେମୀ ପ୍ରକାଶ କରିଛି। ଆସନ୍ତା କାଲି ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ।