Below header

ଏହି ଆପାର୍ଟମେଣ୍ଟରେ ରହୁଛନ୍ତି ୨୦୦ ପରିବାର! ବିଲ୍ଡିଂରେ ରହିଛି ଆହୁରି ଅନେକ କିଛି

ଆପଣ ଦେଖିଥିବେ, କିଛି ଆପାର୍ଟମେଣ୍ଟରେ କେତେକ ପରିବାର ଏକ ସାଥୀରେ ରୁହନ୍ତି। ସେଠାରେ ଅନେକ ସୁବିଧା ଉପଲବ୍ଧ ରହିଥାଏ। କିନ୍ତୁ ଆପଣ କେବେ ଏହା ଦେଖିଛନ୍ତି କି? ଏମିତି ଆପାର୍ଟମେଣ୍ଟ, ଯେଉଁଠି ଏକାଠି ରୁହନ୍ତି ୨୦୦ ପରିବାର। ଆଉ ପୂରା ଅଞ୍ଚଳରେ ହିଁ ସେହି ଗୋଟିଏ ଆପାର୍ଟମେଣ୍ଟ ରହିଛି। ଏଠି ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ କିପରି ଏତେ ପରିବାର ଗୋଟିଏ ଆପାର୍ଟମେଣ୍ଟରେ ରହୁଛନ୍ତି। ବିଶ୍ୱାସ ନ ହେଲେ ବି କଥାଟି ସତ।

ଆମେରିକାର ଉତ୍ତର ରାଜ୍ୟ ଅଲାକ୍ସାର ଛୋଟିଆ ସହର ହେଉଛି ହ୍ଵିଟିୟର୍‌। ଏହି ସହର ନିଜର ବ୍ୟବସ୍ଥାବଳୀ ପାଇଁ ବେଶ୍‌ ପ୍ରସିଦ୍ଧ। ଏହାକୁ ଭର୍ଟିକାଲ୍‌ ଟାଉନ୍‌ ମଧ୍ୟ କୁହାଯାଇଥାଏ। ପୂରା ସହରରେ କେବଳ ଗୋଟିଏ ହିଁ ୧୪ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ରହିଛି, ଯାହାର ନାଁ ‘ବେଗିଚ୍‌ ଟାଓ୍ଵାର’।

ଏହାସହ ପଢ଼ନ୍ତୁ: ଦୁଇ ନିରୀହ ପିଲାଙ୍କୁ ଧରି ବିଲ୍ଡିଂରୁ କୁଦିପଡ଼ିଲେ ହତାଶ ସ୍ୱାମୀ, ଜୀବନ ହାରିବା ପୂର୍ବରୁ ପତ୍ନୀଙ୍କୁ ପଠାଇଥିଲେ ଏହି ଦୁଃଖଦ ଫଟୋ

ଏହି ଆପାର୍ଟମେଣ୍ଟରେ ୨୦୦ ପରିବାର ବସବାସ କରନ୍ତି। ଏଠାରେ ସେମାନଙ୍କ ଆବଶ୍ୟକୀୟ ଜିନିଷପତ୍ର ମଧ୍ୟ ସୁବିଧାରେ ମିଳିଥାଏ। କାରଣ ଆପାର୍ଟମେଣ୍ଟରେ କେବଳ ମଣିଷ ନୁହଁନ୍ତି, ବରଂ ଏଠାରେ ପୋଲିସ ଷ୍ଟେଶନ, ସ୍ୱାସ୍ଥ୍ୟସେବା କେନ୍ଦ୍ର, ପ୍ରୋଭିଜନ୍‌ ଷ୍ଟୋର, ଲଣ୍ଡ୍ରୀ ଏବଂ ତଳ ତାଲାରେ ରହିଛି ଏକ ଚର୍ଚ୍ଚ। ଏଠାରେ ମାଲିକ ଏବଂ ଚାକର ଗୋଟିଏ ବିଲ୍ଡିଂରେ ହିଁ ରହିଥାଆନ୍ତି। ଏବେ ଏହା ଅଧିକ ସୁବିଧାଜନକ ଅଟ୍ଟାଳିକା ବନିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.