Below header

ବିଜେପୁର ଉପନିର୍ବାଚନ ପୂର୍ବରୁ ଏସପିଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସମୀକ୍ଷା କଲେ ପୋଲିସ ଡିଜି

ବରଗଡ(କେନ୍ୟୁଜ୍):  ବରଗଡ଼ରେ ପୋଲିସ ଡିଜି ବି. କେ. ଶର୍ମା । ବିଜେପୁର ଉପନିର୍ବାଚନ ପୂର୍ବରୁ ଏସପିଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଉପନିର୍ବାଚନ ସମୟରେ ଟଙ୍କା ବଣ୍ଟନ, ମଦ ଓ ଗଣ୍ଡଗୋଳକୁ ରୋକିବା ମୁଖ୍ୟ ଟାର୍ଗେଟ ରହିଛି। କଳା ଟଙ୍କାକୁ ଜବତ କରିବା ଯାନବାହନ ଯାଞ୍ଚ କଡ଼ାକଡ଼ି ସହ ଗଣ୍ଡଗୋଳକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଜିପି। ଅଭ୍ୟାସଗତ ଅପରାଧୀଙ୍କ ଉପରେ ରହିବ କଡ଼ା ନଜର। ଉପନିର୍ବାଚନରେ ୪ପ୍ଲାଟୁନ ସିଆର୍‌ପିଏଫ, ୩ପ୍ଲାଟୁନ ଏସଏସବିଏଫ ମୁତୟନ ହେବେ। ୧୫ଟି ବୁଥରେ ଲାଗିବ ସିସିଟିଭି ବୋଲି ସୂଚନା ଦେଇଛନ୍ତି ବିକେ ଶର୍ମା। ଏହି ବୈଠକରେ ପୋଲିସ ଡିଜିଙ୍କ ସହ ପୋଲିସ ଏଡିଜି, ଆଇଜିପି, ସିଆରପିଏଫ୍‌ କମାଣ୍ଡାଣ୍ଟ, ବରଗଡ଼, ସୋନପୁର, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ା ଏସ୍‌ପି ମଧ୍ୟ ସାମିଲ ଅଛନ୍ତି । ଏହା ସହ ବରିଷ୍ଠ ନାଗରିକଙ୍କୁ ଭେଟି ଆଲୋଚନା କରିଛନ୍ତି ପୋଲିସ ଡିଜି । ୨୦୧୮ ଉପନିର୍ବାଚନ ବେଳେ ପଡ଼ୋଶୀ ରାଜ୍ୟରୁ ଆସିଥିବା ବହୁ ଟଙ୍କାକୁ ଜବତ କରିଥିଲା ପୋଲିସ। ଏହାସହ ହିଂସା ଘଟି ଜଣକର ପ୍ରାଣ ମଧ୍ୟ ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ପୋଲିସ ଚଳିତ ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.