ରତନ ଟାଟାଙ୍କ ଡ୍ରିମ ପ୍ରୋଜେକ୍ଟକୁ ଲାଗିଲା ବଡ ଝଟ୍‌କା ! ବର୍ଷକରେ ବିକ୍ରି ହୋଇଛି ମାତ୍ର ଗୋଟେ ନାନୋ କାର

୨୦୦୮ରେ ଟାଟା କମ୍ପାନୀ ଏହି ଲକ୍ଷ ଟଙ୍କିଆ କାରକୁ ବଜାରରେ ଲଞ୍ଚ କରିଥିଲା। ଏହି କାରକୁ କମ୍ପାନୀର ତତ୍‌କାଳୀନ ଚେୟାରମ୍ୟାନ ରତନ ଟାଟାଙ୍କ ଡ୍ରିମ ପ୍ରୋଜେକ୍ଟ କୁହାଯାଉଥିଲା। କିନ୍ତୁ ଏହି କାରକୁ ଏବେ ଭାରତୀୟ ଲୋକେ ପସନ୍ଦ କରୁନାହାନ୍ତି। ଚଳିତବର୍ଷ ୯ ମାସ ମଧ୍ୟରେ କମ୍ପାନୀର ମାତ୍ର ଗୋଟେ କାର ହିଁ ବିକ୍ରି କରାଯାଇଛି। ଏହି ବର୍ଷ ଫେବୃଆରୀରେ ଏହି କାର ଗୋଟେ ହିଁ ବିକ୍ରି କରାଯାଇଥିଲା। ଏହାପରେ କମ୍ପାନୀ ଭବିଷ୍ୟତରେ ଆଉ କାର ପ୍ରଡକ୍ସନ କରିବ ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

nano

ଟାଟା ମୋଟରର୍ସ ପକ୍ଷରୁ ଭାରତୀୟ ବଜାରରେ ଟାଟା ନାନୋ କାର ଲଞ୍ଚ କରିଥିଲା। ଯାହାର ମୂଲ୍ୟ ମାତ୍ର ୧ ଲକ୍ଷ ଟଙ୍କା ରହିଥିଲା। କିନ୍ତୁ ଧୀରେ ଧୀରେ ସମୟ ସହିତ ପରବିର୍ତ୍ତନ ଘଟି ଏହାର ମୂଲ୍ୟ ବଢିବାକୁ ଲାଗିଥିଲା। ଯାହାର ମୂଲ୍ୟ ୨.୩୬ ଲକ୍ଷରେ ପହଞ୍ଚିଯାଇଛି। ଏମିତିରେ ଏହି ମୂଲ୍ୟର ବଜାରରେ ଅନେକ କାର ରହିଛି, ଯାହାକୁ ଦର୍ଶକେ ବେଶ୍‌ ପସନ୍ଦ କରୁଛନ୍ତି।

ଏବେ ବଜାରରେ ଟାଟା ପକ୍ଷରୁ ଟାଟା ନାନୋ ଜେନକ୍ସ ମଡେଲ ବଜାରରେ ବିକ୍ରି ପାଇଁ ଉପଲବ୍ଧ। ଏହି କାରରେ କମ୍ପାନୀ ୬୨୪ ସିସି କ୍ଷମତା ପେଟ୍ରୋଲ ବିଶିଷ୍ଟ ଇଂଜିନ ପ୍ରୟୋଗ କରାଯାଇଛି। ଯାହାର ମୂଲ୍ୟ ୨.୩୬ ଲକ୍ଷରୁ ଆରମ୍ଭ କରି ୩.୩୪ ଲକ୍ଷ ପର୍ଯ୍ୟନ୍ତ ରହିଛି।  କମ୍ପାନୀ ଆଗାମୀ ଏପ୍ରିଲରୁ ୨୦୨୦ରୁ ନାନୋ କାର ପ୍ରଡକ୍ସନ ବନ୍ଦ କରିପାରେ ବୋଲି କିଛି ଦିନ ପୂର୍ବରୁ କମ୍ପାନୀର ଜଣେ ଅଧିକାରୀ ଏହା ବିଷୟରେ ସଙ୍କେତ ଦେଇଛନ୍ତି। କିନ୍ତୁ ଏହା ସତ୍ୟ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟୋକ୍ତି କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.