ଭୁବନେଶ୍ବର: ଭସାଣ ଉତ୍ସବ ପାଇଁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି, ଭୁବନେଶ୍ୱରର ୫ଟିି ସ୍ଥାନରୁ ବାହାରିବ ୧୭୯ଟି ମେଢ଼

ଭୁବନେଶ୍ବର(କେନ୍ୟୁଜ୍): ଭସାଣ ଉତ୍ସବ ପାଇଁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି । ଆଉ କିଛି ସମୟ ପରେ ଭୁବନେଶ୍ୱରର ୫ଟିି ସ୍ଥାନ ସହିଦନଗର, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ବରମୁଣ୍ଡା ଓ ପୁରୁଣା ଭୁବନେଶ୍ୱରରୁ ଭସାଣ ଶୋଭାଯାତ୍ରାରେ ବାହାରିବେ ୧୭୯ଟି ମେଢ଼ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ଟ୍ରାଫିକ୍‌ ନିୟନ୍ତ୍ରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଭସାଣ ଶୋଭାଯାତ୍ରା ସମୟରେ ରାସ୍ତାର ଗୋଟିଏ ପାର୍ଶ୍ୱକୁ ସମ୍ପୂର୍ଣ୍ଣ ସିଲ୍‌ କରିଦିଆଯିବ । ଦର୍ଶକଙ୍କ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍‌ ସମସ୍ୟା ନଉପୁଜିବା ପାଇଁ ଅଧିକ ସଂଖ୍ୟକ ଟ୍ରାଫିକ୍‌ କର୍ମଚାରୀ ମୁତୟନ କରାଯିବ । ବିସର୍ଜନ ପାଇଁ ଦୟାନଦୀ, କୁଆଖାଇରେ ଦୁଇଟି ଲେଖାଏଁ ଓ ଟଙ୍କପାଣି ନିକଟରେ ଗୋଟିଏ ଅସ୍ଥାୟୀ ପୋଖରୀ ଖୋଳା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.