ଦୀପିକା ପାଦୁକୋନଙ୍କ ବିଲଡିଂରୁ ରଣବୀର ମାରିଲେ ଛକା ,ଏପରି ମ୍ୟାଚ ଦେଖିନଥିବେ କେବେ ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂ ନିଜ ଲାଇଫରେ ଯେତେବି ବ୍ୟସ୍ତ ରହିଲେ ମଧ୍ୟ ନିଜ ପାଇଁ ସମୟ ବାହାର କରିଦେଇଥାନ୍ତି । ଦୁହିଁଙ୍କ ବିବାହ ପରେ ପ୍ରଥମଥର ପାଇଁ ସେମାନେ ଏକ ଫିଲ୍ମରେ ଏକାସହିତ ନଜରକୁ ଆସିବେ । ଫିଲ୍ମର ନାମ ହେଉଛି ‘୮୩’ । ଏହା ୧୯୮୩ ମସିହାର କ୍ରିକେଟ ୱାର୍ଲଡକପ ଉପରେ ଆଧାରିତ ଓ ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଯାଇଛି । ନିକଟରେ ଏହାର ର‌୍ୟ୍ୟାପ ଅପ ପାର୍ଟିରେ ରଣବୀର ଏବଂ ଦୀପିକା ନିଜ ଷ୍ଟାଇଲରେ କ୍ରିକେଟ ମ୍ୟାଚ ଖେଳିଥିଲେ । ଯାହାର ଭିଡିଓ ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି । ସବୁଠାରୁ ମଜାଦାର କଥା ହେଉଛି ଏହି ମ୍ୟାଚ ବିନା ବ୍ୟାଟ ଏବଂ ବଲରେ ଖେଳାଯାଇଥିଲା । ଯେଉଁଥିରେ ଦୀପିକାଙ୍କ ବୋଲିଂରେ ରଣବୀରଙ୍କ ସଟ ଦେଖିବାଭଳି ହୋଇଛି ।

 

View this post on Instagram

 

#DeepikaPadukone #RanveerSingh for #83thefilm wrap up party in Mumbai today #ManavManglani @manav.manglani

A post shared by Manav Manglani (@manav.manglani) on

ଏହାସହ ପଢନ୍ତୁ ନିଜ ବାୟୋପିକର ଫାଷ୍ଟ ଲୁକ ସେୟାର କଲେ ସାୟନା ଓ ପରିଣିତିଙ୍କୁ ଜଣାଇଲେ ଶୁଭେଚ୍ଛା

ସୂଚନା ଅନୁଯାୟୀ ୧୯୮୩ ବିଶ୍ଵକପର ଐତିହାସିକ ଜିତକୁ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ କବିର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂ ଭାରତୀୟ କ୍ରିକେଟ ଟିମର ପୂର୍ବ ଅଧିନାୟକ କପିଲ ଦେବଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମ ‘୮୩’ ରଣବୀର ସିଂ ଙ୍କ ଅଭିନୀତ ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ପ୍ରସ୍ତୁତ ଏହା ପ୍ରଥମ ତ୍ରିଭାସୀ ଫିଲ୍ମ ହେବ । ଏହି ଫିଲ୍ମର ସୁଟିଂ ଭାରତଠୁ ନେଇ ଲଣ୍ଡନର ଲର୍ଡ଼ ଗ୍ରାଉଣ୍ଡ ପର୍ଯ୍ୟନ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.