ସପ୍ତାହ ଯାକ ନିଜକୁ ଫୂର୍ତ୍ତି ରଖିବା ପାଇଁ ଛୁଟି ଦିନରେ କରନ୍ତୁ ଏହି କାମ

କର୍ମ ବ୍ୟସ୍ତ ଜୀବନରେ କାହା କାହାକୁ ସପ୍ତାହକୁ ୨ ଦିନ ଛୁଟି ମିଳୁଥିବା ବେଳେ କାହାକୁ କେବଳ ଗୋଟିଏ ଦିନ ହିଁ ମିଳିଥାଏ । ଏହି ଛୁଟି ଦିନ ଟିକୁ ସମସ୍ତେ ସାଧାରଣତଃ ନିଜ ପସନ୍ଦ ଅନୁସାରେ କଟାଇବାକୁ ଚାହାନ୍ତି । ବେଳେ ବେଳେ ଆମେ ନିଜ କର୍ମମୟ ଜୀବନରେ ଏତେ ମାତ୍ରାରେ ଅଭ୍ୟସ୍ତ ହୋଇଯାନ୍ତି ଯେ ଏହି ଦିନ ଟିକୁ କେମିତି କଟାଇବା ତାହା ଜାଣିପାରନ୍ତି ନାହିଁ । କିନ୍ତୁ ବୈଜ୍ଞାନିକ ମାନଙ୍କ ଅନୁଯାୟୀ ଏହି ଦିନଟିକୁ ଯଦି ଆମେ ଭଲରେ କଟାଇବା ତେବେ ଆମକୁ ଏହା ପରବର୍ତ୍ତୀ ଦିନ ମାନଙ୍କରେ ଅଧିକ ଫୁର୍ତି ଯୋଗାଇବା ସହ କାମ କରିବାକୁ ଅଧିକ ଉତ୍ସାହିତ ମଧ୍ୟ କରିଥାଏ । ତେବେ ଆସନ୍ତୁ ଛୁଟି ଦିନର ଛୋଟ ଛୋଟ ଟିପ୍ସ ଗୁଡିକ ବିଷୟରେ:

୧. ଆମେ ମାନେ ସାଧାରଣତଃ ଅନ୍ୟ ଦିନ ମାନଙ୍କରେ ନିଜ ନିଦ ପୂରଣ କରିପାରି ନଥାଉ । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଆମକୁ ଆମ ଶୋଇବା ସମୟ ସହ କିଛିଟା ବୁଝାମଣା କରିବାକୁ ପଡିଥାଏ । କିନ୍ତୁ ଛୁଟି ଦିନ ସର୍ବ ପ୍ରଥମେ ଆପଣ ନିଜ ନିଦକୁ ପୂରଣ କରନ୍ତୁ । ଶରୀରର ସମ୍ପୂର୍ଣ ରୂପେ ଥକା ନ ମେଣ୍ଟିବା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ଶୁଆନ୍ତୁ ।

୨. ଏହି ଦିନ କାହାକୁ ମଧ୍ୟ ସମୟ ଦିଅନ୍ତୁ ନାହିଁ । ମାନେ ରଖନ୍ତୁ ଏହି ଦିନଟି କେବଳ ଆପଣଙ୍କର । ଏଥିରେ କେବଳ ଆପଣ ଙ୍କର ବା ଆପଣଙ୍କର ପରିବାରର ହିଁ ଅଧିକାର ଅଛି । ଅତି ଜରୁରୀ ନଥିଲେ କାହା ସହ ଅପୋଇଣ୍ଟମେଣ୍ଟ ଫିକ୍ସ କରନ୍ତୁ ନାହିଁ । ପୁରା ଦିନ ନିଜ ପରିବାର ଓ ପିଲାଙ୍କ ସହ ହିଁ ସମୟ ବିତାନ୍ତୁ ।

୩.ଏହା ସହ ଯଦି ଆପଣ ବହି ପଢିବା ବା କିଛି ଲେଖା ଲେଖି କରିବାରେ ରୁଚି ରଖନ୍ତି ତେବେ ତାହା ଆପଣ ଛୁଟି ଦିନରେ ହିଁ କରନ୍ତୁ । ଏହା ଆପଣଙ୍କୁ ପୁରା ସପ୍ତାହ ଯାକ ଏକ ପ୍ରକାର ଶକ୍ତି ଯୋଗାଇବ ।

ଏହା ସହ ପଢନ୍ତୁ; ନିଜ ଖାଦ୍ୟ ପଦାର୍ଥକୁ ଅଧିକ ଦିନ ସୁରକ୍ଷିତ ରଖିବା ପାଇଁ ଏହି ଉପାୟ ଗୁଡିକୁ ନିଶ୍ଚିତ ଭାବେ ଆପଣାନ୍ତୁ

୪. ଏହା ସହ ଯଦି ଆପଣ ନୂଆ ନୂଆ ମୁଭି ଦେଖିବାର ସଉକ ରଖନ୍ତି ତେବେ ତାହା ଛୁଟି ଦିନରେ ହିଁ ଦେଖନ୍ତୁ । ଏହା ଆପଣଙ୍କ ମନକୁ ପ୍ରଫୁଲ୍ଲିତ କରିବା ସହ ଆପଣଙ୍କ ମନରେ ଏକ ପ୍ରକାର ଉତ୍ସାହ ମଧ୍ୟ ଭରିଦେବ ।

୫. ଯଦି ଆପଣ ଛୁଟି ଦିନ କୁଆଡେ ବାହାରକୁ ବୁଲି ଯିବା ପାଇଁ ପ୍ଲାନ କରୁଛନ୍ତି ତେବେ ଅଫିସରୁ ଅନ୍ତତଃ ଦୁଇଦିନ ଛୁଟି ନେଇ ଯାନ୍ତୁ । ଯାହା ଦ୍ୱାରା ଆପଣ ଠିକ ଭାବେ ରିଲାକ୍ସ କରି ବୁଲି ପାରିବେ । ମାନେ ରଖନ୍ତୁ ଭଲ ଭଲ ପ୍ରାକୃତିକ ସ୍ଥାନ ମାନଙ୍କୁ ଯାଇ ବୁଲିଲେ ଆପଣଙ୍କ ଶାରୀରିକ ସହ ମାନସିକ ସ୍ଥିତିରେ ମଧ୍ୟ ଏକ ପ୍ରକାର ସୁପ୍ରଭାବ ପକାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.