Below header

କଟକ: କାଠଯୋଡି ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଖୋଜା ଖୋଜି କରୁଛି ଓଡ୍ରାଫ ଟିମ୍

କଟକ(କେନ୍ୟୁଜ୍): ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। କଟକ କାଠଯୋ଼ଡି ନଦୀରେ ଘଟିଛି ଏଭଳି ଅଘଟଣ। ଘରୋଇ କନ୍ଦଳରୁ ଜଣେ ଯୁବକ କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଛନ୍ତି। କୌଣସି କାରଣକୁ ପତ୍ନୀଙ୍କ ବଚସା ହେବା ପରେ ପୋଲ ଉପରେ ବାଇକକୁ ରଖି ସେ ଡେଇଁ ପ଼ଡିଛନ୍ତି। ଯୁବକ ଜଣକ ନିଆଳିର କରଞ୍ଜ ଗାଁର ବୋଲି ଜଣାପଡ଼ଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ଯୁବକଙ୍କୁ ଖୋଜିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.