ନିଜ ଖାଦ୍ୟ ପଦାର୍ଥକୁ ଅଧିକ ଦିନ ସୁରକ୍ଷିତ ରଖିବା ପାଇଁ ଏହି ଉପାୟ ଗୁଡିକୁ ନିଶ୍ଚିତ ଭାବେ ଆପଣାନ୍ତୁ

ବର୍ଷା ଋତୁରେ ଖାଦ୍ୟ ପଦାର୍ଥ ଗୁଡିକ ଶୀଘ୍ର ଖରାପ ହୋଇଯାଏ । ଏହି ଦିନ ବାୟୁ ମଣ୍ଡଳରେ ଆର୍ଦ୍ରତା କାରଣରୁ ଖାଦ୍ୟ ଜିନିଷ ମନ ଖରାପ ହୋଇଯାଇଥାଏ । ତାହା ସହ ଏଗୁଡିକରେ ବିଭିନ୍ନ ପ୍ରକାର ପୋକ ମଧ୍ୟ ଲାଗିଯାନ୍ତି । ବହୁ ଦିନ ପରେ ଯେତେବେଳେ ଆପଣ ଡ଼ାଲି ଚାଉଳ ଡବା ଖୋଳୁଥିବେ ତେବେ ନିଶ୍ଚିତ ରୂପେ ଆପଣ ସେଗୁଡ଼ିକରେ ବଡ ବଡ ପୋକ ମାନ ଚାଲୁଥିବାର ଦେଖି ଆପଣଙ୍କ ମନ ନିଶ୍ଚିତ ରୂପେ ଖରାପ ହେଉଥିବ । କିଛି ଲୋକ ଏହା ପ୍ରତି ସେତେଟା ଧ୍ୟାନ ନଦେଇ ସେଗୁଡିକୁ ଭଲ ଭାବେ ଧୋଇ ପୁଣି ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତିକି ଏହା ଦ୍ୱାରା ଆପଣ ମାରାତ୍ମକ ରୋଗ ଗୁଡିକୁ ହିଁ ଆମନ୍ତ୍ରଣ କରୁଛନ୍ତି ବୋଲି । କିଛି ପଇସା ବଞ୍ଚାଇବା ପାଇଁ ଆପଣ ଏଗୁଡିକର ବ୍ୟବହାର ଜମା କରନ୍ତୁ ନାହିଁ ଯାହା ଦ୍ୱାରା ଆପଣଙ୍କୁ ପରବର୍ତ୍ତୀ ସମୟରେ ହସ୍ପିଟାଲ ଯିବା ସହ ଏହା ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆସନ୍ତୁ ଆଜି ଜାଣିବା କିଛି ଏପରି ଟିପ୍ସ ଗୁଡିକ ବିଷୟରେ ଯାହା ଦ୍ୱାରା ଆପଣ ଆପଣଙ୍କ ଖାଦ୍ୟକୁ ସମ୍ପୁର୍ଣ୍ଣ ରୂପେ ସୁରକ୍ଷିତ ରଖିପାରିବେ ।

ସଂରକ୍ଷିତ କରି ରଖିବା ବେଳେ ଏହି ସବୁ ଦିଗ ପ୍ରତି ଧ୍ୟାନ ରଖନ୍ତୁ; 

୧.ଡବାରେ ଡ଼ାଲି ରଖିବା ପୂର୍ବରୁ ଡବା ଟିକୁ ଭଲ ଭାବେ ପୋଛି ଦିଅନ୍ତୁ । ଯେମିତିକି ସେଥିରେ ଜମା ବି ପାଣି ଲାଗି ନରହେ । ନଚେତ ଏହା ପୋକ ମାନଙ୍କ ବଂଶ ବୃଦ୍ଧି ହେବା ପାଇଁ ଏକ ଉପକୂଳ ପରିବେଶ ଯୋଗାଇଥାଏ । ଏହା ସହ ଆପଣ ଦେବାରେ କିଛି ଶୁଖିଲା ନିମ୍ବ ପତ୍ର ମଧ୍ୟ ପକେଇଦିଅନ୍ତୁ | ଯାହା ଦ୍ୱାରା ଆପଣଙ୍କ ଖାଦ୍ୟ ଶସ୍ୟ ସମ୍ପୁର୍ଣ୍ଣ ରୂପେ ତାଜା ହୋଇରହିବ ।
୨. ଆପଣ ଯଦି ଚାହିଁବେ ତେବେ ‘ପାରଦ ଟିକଡି’ ନାମକ ଏକ ଔଷଧର ବ୍ୟବହାର ମଧ୍ୟ କରିପାରିବେ । ଯାହା ଆପଣଙ୍କ ଖାଦ୍ୟକୁ ପୋକ ଦାଉରୁ ରକ୍ଷା କରିବ ।

ଏହା ସହ ପଢନ୍ତୁ: ଜାଣନ୍ତୁ କଫିରେ ବଟର୍‌ ମିଶାଇ ପିଇଲେ ଶରୀରକୁ କେଉଁ ପ୍ରକାର ଫାଇଦା ମିଳିଥାଏ

୩. ଅଟାରେ ପୋକ ନଲାଗିବା ପାଇଁ ସେଥିରେ ଲାଲ ଲଙ୍କା ଓ ଲୁଣର ବଡ ଖଣ୍ଡ ପକାଇ ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ଅଟା ବହୁ ଦିନ ଧରି ସୁରକ୍ଷିତ ହୋଇ ରହିବ ।
୪.ସୁଜିକୁ ପୋକ ଦାଉରୁ ରକ୍ଷା କରିବାର ସବୁଠୁ ସହଜ ଉପାୟ ହେଉଛି ଏହାକୁ ରଖିବା ଆଗରୁ ଆପଣ ଏହାକୁ କଡେଇରେ କିଛି ସମୟ ଉଷୁମ କରି ଦିଅନ୍ତୁ ଅଥବା ସେଥିରେ କିଛି ଲବଙ୍ଗ ପକାଇ ରଖନ୍ତୁ ।
୫. ମହୁ କୁ ବହୁ ଦିନ ସତେଜ ରଖିବା ପାଇଁ ସେଥିରେ ୯ ରୁ ୧୦ଟି ଗୋଲମରିଚ ପକାଇ ଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ମହୁ ବହୁଦିନ ପର୍ଯ୍ୟନ୍ତ ସେହିପରି ଭାବେ ସତେଜ ହୋଇ ରହିବ ।
୬. ଚାଉଳକୁ ପୋକ ଦାଉରୁ ରକ୍ଷା କରିବାକୁ ଚାହୁଁଥିଲେ ସେଥିରେ କିଛି ଶୁଖିଲା ପୁଦିନା ପତ୍ର ପକାଇ ରଖନ୍ତୁ । ଏହାର କଡା ବାସ୍ନାରେ ପୋକ ଆସିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.