Below header

ଜିମ ନଯାଇ ମଧ୍ୟ ବାହାର କରିପାରିବେ ସିକ୍ସପ୍ୟାକ, ଦେଖନ୍ତୁ ଏହି ଭିଡିଓ

ସୁଡୋଲ ଓ ଫିଟ ଦେଖାଯିବା ପାଇଁ ସମସ୍ତେ ଚାହିଁଥାନ୍ତି । ଏଥିପାଇଁ ଆମେ ଜିମ ଜଏନ କରି ବହୁତ ପରିଶ୍ରମ ମଧ୍ୟ କରିଥାଉ । ତେବେ କେତେକ କ୍ଷେତ୍ରରେ ଅନେକ ପରିଶ୍ରମ ପରେ ମଧ୍ୟ ଏକ ଫିଟ ବଡ଼ି ବା ଖାସ କରି ଆବ୍ସ ବାହାରିବା ବହୁତ ମୁସ୍କିଲ ହୋଇଯାଇଥାଏ ।

ଏହାସହ ପଢନ୍ତୁ ଏହି ସୁନ୍ଦର ଦେଖାଯାଉଥିବା ବ୍ୟକ୍ତିଙ୍କ ବୟସ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଆଜିକାଲି ଯୁବପିଢ଼ିରେ ପ୍ରାୟ ସମସ୍ତଙ୍କୁ ସିକ୍ସ ପ୍ୟାକ ବା ଆବ୍ସର ଆବଶ୍ୟକତା ରହିଛି । ମଜବୁତ ଆବ୍ସ ବା କୋର ଶରୀରର ମଜବୁତ ଶକ୍ତି ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଏହି ଆବ୍ସ ନା କେବଳ ଆମ ଶରୀରକୁ ମଜବୁତ ବନାଇଥାଏ ବରଂ ଏହା ଆମର ନିଃଶ୍ବସ ପ୍ରଶ୍ୱାସ ନେବାର କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯୋଗ ଅନୁଯାୟୀ ନାଭିସ୍ଥଳ ବା ମଣିଚକ୍ରର ମଜବୁତି ମଣିଷର ବ୍ୟକ୍ତିତ୍ୱରେ ଉତ୍ସାହ ଏବଂ ସ୍ୱାବଲମ୍ବତା ସୃଷ୍ଟି କରିଥାଏ ।

ବହୁତ କଠିନ ପରିଶ୍ରମ ପରେ ମଧ୍ୟ ଏହି ଆବ୍ସ ବନାଇ ନପାରିବାର ମୁଖ୍ୟ କାରଣ ହେଲା ଠିକ ଗାଇଡ଼ ନମିଳିବା । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଜିମ ପରିବର୍ତ୍ତେ କେବଳ ଯୋଗ ସାହାଯ୍ୟରେ ମଧ୍ୟ ଆପଣ ଆବ୍ସ ବାହାର କରିପାରିବେ । ବଜ୍ରାସନ, ପଦ୍ମାସନ ଭଳି ଯୋଗଦ୍ୱାରା ମଧ୍ୟ ଆପଣ ନିଜର ଆବ୍ସ ବାହାର କରିପାରିବେ । ସେଥିପାଇଁ ଏହି ଭିଡିଓରେ ଦେଖାଯାଇଥିବା ଯୋଗକୁ ନିୟମିତ ରୂପେ କରିବା ଦ୍ୱାରା ଆପଣ ମଧ୍ୟ ନିଜର ବଡ଼ି ଏକ ମଡେଲ ପରି ବନାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.