ରେମୋ ଡିସୁଜା କଲେ ତୃତୀୟ ବିବାହ, ବରୁଣ କହିଲେ ଲୋକେ ଥରେ ପାରୁନାହାନ୍ତି ଆପଣ ତିନି ଥର !

ବଲିଉଡର ଫିଲ୍ମ ନିର୍ମାତା ଏବଂ ଡ୍ୟାନ୍ସ କୋରିଓଗ୍ରାଫର ରେମୋ ଡିସୁଜା ପୁଣି ଥରେ ବିବାହ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ରେମୋ ପ୍ରାୟ ସମୟରେ ନିଜ ଡ୍ୟାନ୍ସ ଏବଂ ଫିଲ୍ମ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏଥର କଥା କିଛି ଅଲଗା କାରଣ ରେମୋ ପୁଣି ଥରେ ବିବାହ କରି ଚର୍ଚ୍ଚାର ଶୀର୍ଷକୁ ଆସଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ବିବାହ ସମାରୋହରେ ଉଭୟ ପକ୍ଷଙ୍କ ଲୋକେ ସାମିଲ ଥିଲେ। ଏଥିସହିତ ଏହି ବିବାହରେ ବଲିଉଡ ଷ୍ଟାର ମଧ୍ୟ ଯୋଗ ଦେଇଥିଲେ। ରେମୋଙ୍କର ଅପକିମିଙ୍ଗ ଫିଲ୍ମର ଅଭିନେତା ବରୁଣ ଧଓ୍ଵନ ଏବଂ ଶ୍ରଦ୍ଧା କପୁର ମଧ୍ୟ ଏହି ବିବାହରେ ସାମିଲ ହୋଇଥିଲେ।

Varun Remoଅବଶ୍ୟ ବରୁଣ ଧଓ୍ଵନ ଏହି ବିବାହକୁ ନେଇ ଏମିତି କମେଣ୍ଟ ଦେଇଥିଲେ ଯାହାପରେ ରେମୋ ଚର୍ଚ୍ଚାକୁ ଆସିଗଲେ। ବରୁଣ ଏବଂ ଶ୍ରଦ୍ଧା ଶୀଘ୍ର ରେମୋ ଡିସୁଜାଙ୍କ ଫିଲ୍ମ ‘ଷ୍ଟ୍ରୀଟ୍ ୩ଡି’ରେ ନଜର ଆସିବାକୁ ଯାଉଛନ୍ତି। ନିକଟରେ ଏହାର ଶୁଟିଂ ଶେଷ ହୋଇଛି।

ଏହାସହ ପଢନ୍ତୁ : ଜ୍ୟାକଲିନ୍ ପ୍ରଥମ ଥର ପାଇଁ ନିଜ କମରରେ ବନାଇଲେ ଟାଟୁ, ସାଙ୍ଗମାନଙ୍କ ସହିତ ମସ୍ତି କରୁଥିବାର ଭିଡିଓ ହେଉଛି ଭାଇରାଲ

ବାସ୍ତବରେ ଘଟଣା ଥିଲା କିଛି ଏମିତି ଯେ ରେମୋଙ୍କର ବିବାହକୁ ୨୦ ବର୍ଷ ପୂରିଲା। ଏହି ମଉକାରେ ରେମୋ ନିଜର ସ୍ତ୍ରୀ ଲିଜେଜଙ୍କୁ ତୃତୀୟ ଥର ବିବାହ କରିଥିଲେ। ଏହି ଦିନକୁ ଆହୁରି ଅଧିକ ସ୍ମରଣୀୟ କରିବା ପାଇଁ ରେମୋ ଏବଂ ଲିଜେଜ ସମ୍ପୂର୍ଣ୍ଣ ଖ୍ରୀଷ୍ଟିୟାନ ପରମ୍ପରାରେ ବିବାହ କରିଛନ୍ତି।

 

View this post on Instagram

 

Congratulations @remodsouza & @lizelleremodsouza 🎺🥳. Log ek baar Nahi kartey aapney 3 times kar li. I guess 3 is lucky 😛

A post shared by Varun Dhawan (@varundvn) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.