SBIର ୪୨ କୋଟି ଗ୍ରାହକଙ୍କୁ ଲାଗିବ ଝଟକା, ବ୍ୟାଙ୍କ ହ୍ରାସ କଲା ସୁଧହାର

ଯଦି ଆପଣଙ୍କର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଆକାଉଣ୍ଟ ରହିଛି ତେବେ ଏହି ସୂଚନା କେବଳ ଆପଣଙ୍କ ପାଇଁ। ରିପୋର୍ଟ ଅନୁଯାୟୀ ଏସ୍‌ବିଆଇ ସେଭିଙ୍ଗ୍‌ ବ୍ୟାଙ୍କ ଡିପୋଜିଟ୍‌ ର ମୂଲ୍ୟ କମାଇଦେଇଛି। ନୂଆ ମୂଲ୍ୟ ୧ ନମ୍ବେଭର ୨୦୧୯ ରୁ ଲାଗୁ କରାଯିବ। SBI ବର୍ତ୍ତମାନ ପଯ୍ୟର୍ନ୍ତ ସେଭିଙ୍ଗ୍‌ ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଜମା ରଖିଥିବା ବ୍ୟକ୍ତିଙ୍କୁ ୩.୫୦ ପ୍ରତିଶତ ହିସାବରେ ସୁଧ ଦେବ। ଯାହା ବର୍ତ୍ତମାନ ୩.୨୫ ପ୍ରତିଶତ ହିସାବରେ ଗ୍ରାହକମାନେ ପାଇପାରିବେ। SBI ରିଟେଲ ଡିପୋଜିଟ୍‌ ଉପରେ ୦.୧୦ ପ୍ରତିଶତ ଏବଂ ବଲ୍କ ଡିପୋଜିଟ୍‌ ଉପରେ ୦.୩୦ ପ୍ରତିଶତ ହ୍ରାସ କରାଯାଇଛି।

ଏହାସହ ପଢନ୍ତୁ: ଭାରତୀୟ ରିଜର୍ଭ ବ୍ୟାଙ୍କର ଦୀପାବଳି ଭେଟି, ଏଣିକି ଶସ୍ତା ହେବ ଗୃହ ଓ ଗାଡ଼ି ଋଣସୁଧହାର

କାଲିଠାରୁ ଘର, ଗାଡି ଏବଂ ପର୍ସନାଲ ଲୋନ୍‌ ଶସ୍ତା କରିବ SBI

SBI ୧୦ ଅକ୍ଟୋବର ଠାରୁ MCLR ମୂଲ୍ୟରେ ୦.୧୦ ପ୍ରତିଶତ ପଯ୍ୟର୍ନ୍ତ ହ୍ରାସ କରିଛି। ରିପୋର୍ଟ ଅନୁଯାୟୀ ୪ ଅକ୍ଟୋବରରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସୁଧ ହାର ୦.୨୫ ପ୍ରତିଶତ ହ୍ରାସ କରିବା ପାଇଁ ଘୋଷଣା କରିସାରିଛି। ରେପୋ ରେଟ୍‌ ୦.୨୫ ପ୍ରତିଶତ ହ୍ରାସ ପାଇ ୫.୧୫ ପ୍ରତିଶତକୁ ଆସିଛି। ଏହାବ୍ୟତୀତ ପୂଜା ଉପହାରରେ ଗ୍ରାହକମାନଙ୍କ ପାଇଁ ବ୍ୟାଙ୍କ ସମସ୍ତ ସମୟକାଳ ପାଇଁ MCLR ମୂଲ୍ୟରେ ୦.୧୦ ପ୍ରତିଶତ ହ୍ରାସ କରାଯାଇଛି। ବର୍ତ୍ତମାନ ଏକ ବର୍ଷ ପାଇଁ ନୂଆ MCLR ମୂଲ୍ୟରେ ୮.୧୫ ପ୍ରତିଶତରୁ ହ୍ରାସ ପାଇ ୮.୦୫ ପ୍ରତିଶତ ରହିବ। ଏହି ନୂଆ ଦର ୧୦ ଅକ୍ଟୋବରରୁ ଲାଗୁ କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.