Below header

କେବଳ ଚା’ପତି ପାଣି ବ୍ୟବହାର କରି ପାଆନ୍ତୁ କେଶ ସମ୍ପର୍କିତ ସମସ୍ତ ସମସ୍ୟାରୁ ମୁକ୍ତି, ଜାଣନ୍ତୁ କିପରି କରିବେ ବ୍ୟବହାର

ସାଧାରଣତଃ ଅଧିକାଂଶ ଲୋକଙ୍କର କେଶକୁ ନେଇ ଅନେକ ସମସ୍ୟା ରହିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ସହଜ ଉପାୟ ନେଇ ଆସିଛୁ ଯାହା ଶୁଣିବା ପରେ ଆପଣ ଖୁସି ହୋଇଯିବେ ତାହା ହେଉଛି ଚା’ପତି । ଆଜ୍ଞା ହଁ ଚା’ପତି ର ପାଣିକୁ ବ୍ୟବହାର କରି ଆପଣ ନିଜର ବାଳକୁ ସୁନ୍ଦର୍ କରିବା ସହିତ, କେଶ ସମ୍ପର୍କିତ ସମସ୍ତ ସମସ୍ୟାରୁ ମୁକ୍ତି ପାଇ ପାରିବେ । ତାହେଲେ ଆସନ୍ତୁ ଜାଣିବା କିପରି ଆପଣ ନିଜ କେଶରେ କରିବେ ଚା’ପତିର ବ୍ୟବହାର ।

Vitamins for Healthy Hair » Health Reviews

ପ୍ରଥମେ ଅଳ୍ପ ପାଣିରେ ୬ ଚାମଚ ଚା’ପତି ପକାଇ ଏହାକୁ ୩୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ଫୁଟିଗଲା ପରେ ଆପଣ ଏହାକୁ ଛାଣି ଏକ ପାତ୍ରରେ ଥଣ୍ଡା କରନ୍ତୁ । ତାପରେ ଆପଣ ଚାହିଁଲେ ଏଥିରେ ଅଳ୍ପ କଫି ମଧ୍ଯ ମିଶାଇ ପାରିବେ । ବର୍ତ୍ତମାନ ଏହାକୁ ଆପଣ ନିଜ କେଶରେ ବ୍ୟବହାର କରନ୍ତୁ । ଏପରି କରିବା ଦ୍ୱାରା ଆପଣ ଧଳା ଚୁଟିର ସମସ୍ୟାରୁ ମୁକ୍ତି ପାଇବା ସହିତ କେଶ ଝଡିବା, ରୁଖା ପଣ ଇତ୍ୟାଦି ସମସ୍ୟାରୁ ମୁକ୍ତି ପାଇପାରିବେ । କେବଳ ସେତିକି ନୂହେଁ ଏହାର ବ୍ୟବହାର ଦ୍ୱାରା ଆପଣ ଘନ କଳା ଓ ସୁନ୍ଦର୍ କେଶ ମଧ୍ୟ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.