Below header

କରୋନା ଯୋଗୁ ଦେଶରେ ୩୦୮ ମୃତ: ୨୪ଘଣ୍ଟାରେ ଗଲାଣି ୩୫ ଜଣଙ୍କ ଜୀବନ, ମହାରାଷ୍ଟ୍ରରେ ସର୍ବାଧିକ

ନୂଆଦିଲ୍ଲୀ: ଭାରତରେ ବ୍ୟାପୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୫ଜଣଙ୍କ ଜୀବନ ନେଇଛି ଅଦୃଶ୍ୟ ଶତ୍ରୁ । ଦେଶରେ ୯ ହଜାର ୧୫୨ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ପର୍ଯ୍ୟନ୍ତ ୩୦୮ ଜଣଙ୍କ ମୁଣ୍ଡ ନେଲାଣି ଏହି ମାରାତ୍ମକ ଭାଇରସ୍‌ । ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୭ ହଜାର ୯୮୭ । ମହାରାଷ୍ଟ୍ରରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି । କେବଳ ମହାରାଷ୍ଟ୍ରରେ ୧୯୮୫ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୪୯ ଜଣଙ୍କ ଜୀବନ ଗଲାଣି ।

coronaଦିଲ୍ଲୀର ସ୍ଥିତି ମଧ୍ୟ ଗମ୍ଭୀର ହେବାରେ ଲାଗିଛି । ଦିଲ୍ଲୀର ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୧୫୪ ଥିବା ବେଳେ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ତାମିଲନାଡୁରେ ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧ ହଜାର ୭୫ । ମୃତ୍ୟୁବରଣ କରିଛନ୍ତି ୧୧ଜଣ । ସେହିପରି ରାଜସ୍ଥାନରେ ୮୦୪ ରହିଛନ୍ତ କରୋନା ଆକ୍ରାନ୍ତ । ଏହି ସଂକ୍ରମଣକୁ ରୋକିବା ପାଇଁ ଲକ୍‌ ଡାଉନ ସହ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.