Below header

ଘଣ୍ଟା ଘଣ୍ଟା ଧରି ଅଫିସରେ ବସି କାମ କରୁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ ନଚେତ ହୋଇପାରେ ବଡ଼ ସମସ୍ୟା

ଅଫିସ୍ ଏବଂ କାମର ଷ୍ଟେସ୍‌ ଯୋଗୁ ଆପଣମାନଙ୍କୁ କ୍ରମାଗତ ଭାବରେ ୮ ରୁ ୯ ଘଣ୍ଟା ବସିବାକୁ ପଡୁଛି । ତେବେ ଏହାର ପ୍ରଭାବ ସିଧାସଳଖ ଆପଣଙ୍କ ହାଡ ଉପରେ ପଡୁଛି । ଯେଉଁଥିପାଇଁ ଆପଣଙ୍କ ଶରୀରରେ ଅନେକ ସମସ୍ୟା ହୋଇପାରେ ।

ବର୍ତ୍ତମାନ ଲୋକମାନଙ୍କ ଲାଇଫ୍‌ ଷ୍ଟାଇଲ୍‌ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏହାର କାରଣ ସେମାନଙ୍କ ଖରାପ ଖାଇବା ପିଇବା ଏବଂ କିଛି ଖରାପ ଅଭ୍ୟାସ ଯୋଗୁ ଏପରି ହେଉଛି । ଯାହା ଆଗକୁ ଯାଇ ଲୋକମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ । ତେବେ ଏପରି ଭାବେ ଆପଣ ଅସୁସ୍ଥ ହେବାର ଅନେକ କାରଣ ହୋଇପାରେ । ସେହି ସବୁ ସମସ୍ୟା ମଧ୍ୟରେ ଗୋଟିଏ ସମସ୍ୟା ହେଉଛି ଅଫିସରେ ଗୋଟିଏ ସ୍ଥାନରେ ବସି କାମ କରିବା । ବେଳେବେଳେ ଗୋଟିଏ ସ୍ଥାନରେ କାମ କରିବା ଆପଣଙ୍କ ଶରୀର ତଥା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇପାରେ । ଅଫିସ୍ ଏବଂ କାମର ଷ୍ଟେସ୍‌ ଯୋଗୁ ଆପଣମାନଙ୍କୁ କ୍ରମାଗତ ଭାବରେ ୮ ରୁ ୯ ଘଣ୍ଟା ବସିବାକୁ ପଡୁଛି । ତେବେ ଏହାର ପ୍ରଭାବ ସିଧାସଳଖ ଆପଣଙ୍କ ହାଡ ଉପରେ ପଡୁଛି । ଯେଉଁଥିପାଇଁ ଆପଣଙ୍କ ଶରୀରରେ ଅନେକ ସମସ୍ୟା ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଯେ ଅଧିକ ସମୟ ଧରି ବସିବା ଯୋଗୁ ସ୍ୱାସ୍ଥ୍ୟ ପାଇଁ କ’ଣ କ୍ଷତିକାରକ ହୋଇପାରେ ।

ବେକରେ ବାରମ୍ବାର ଯନ୍ତ୍ରଣା ହେବା :

ଅଫିସରେ ୮ ଘଣ୍ଟାରୁ ଅଧିକ ସମୟ ଧରି କ୍ରମାଗତ ଭାବରେ ବସିବା ଯୋଗୁ କାନ୍ଧ ଏବଂ ହିପସ୍‌ରେ ଅଧିକ ଯନ୍ତ୍ରଣା ହୋଇଥାଏ । ତେବେ ଏପରି ଭାବେ ଏହି ସମୟରେ ବେକ ଏବଂ ପିଠି ଯନ୍ତ୍ରଣା ସମସ୍ୟା ଅଧିକ ଆରମ୍ଭ ହୋଇଯାଏ । ବୈଜ୍ଞାନିକମାନେ ଅତ୍ୟଧିକ ବସିବାକୁ ‘ନୂଆ ଧୂମପାନ’ ବୋଲି କହିଛନ୍ତି, କାରଣ ଏହା ଦ୍ୱାରା ମୋଟା ହେବା, ମଧୁମେହ ଏବଂ ହାର୍ଟ ସମସ୍ୟା ତଥା କ୍ୟାନ୍ସର ଭଳି ରୋଗର ଆଶଙ୍କା ବଢିଯାଇଥାଏ ।

ଇମ୍ୟୁନ୍‌ ସିଷ୍ଟମ ପ୍ରଭାବିତ ହେବା :

ଆପଣମାମେ ଅଫିସକୁ ଯିବା ମାତ୍ରେ ନିଜ ଚେୟାରରେ ବସିଯାଆନ୍ତି ଏବଂ ତାପରେ କାମ ଆରମ୍ଭ କରିବା ଯୋଗୁ ଚେୟାରରୁ ଉଠିବା ପାଇଁ ସମୟ ହୋଇନଥାଏ । ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି କାର୍ଯ୍ୟ କରିବା ଆପଣଙ୍କ ଶରୀରର କୋଷଗୁଡ଼ିକୁ ଦୁର୍ବଳ କରିପାରେ । ଯେଉଁଥିପାଇଁ ଆପଣଙ୍କର ଇମ୍ୟୁନ୍‌ ସିଷ୍ଟମ ପ୍ରଭାବିତ ହୋଇପାରେ । ଏପରି ପରିସ୍ଥିତିରେ ଆପଣ କାମ କରିବା ସମୟରେ ବ୍ରେକ୍‌ ନେବାକୁ ଚେଷ୍ଟା କରିବା ଉଚିତ । ଏହା ବ୍ୟତୀତ ଆପଣ ଅଫିସ୍‌ରୁ ଯିବା ପରେ ଘରେ ବ୍ୟାୟାମ କରିପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ଇମ୍ୟୁନ୍‌ ସିଷ୍ଟମ ଠିକ୍‌ ରହିବ ଏବଂ ଆପଣ ସୁସ୍ଥ ରହିବେ ।

ଅଣ୍ଟା ଏବଂ ପିଠି ଯନ୍ତ୍ରଣା :

ଘର ହେଉ କିମ୍ବା ଅଫିସ୍ ହେଉ ଅଧିକ ସମୟ ଧରି ବସିବା ଯୋଗୁ ହାଡ ଦୁର୍ବଳ ହେବାକୁ ଲାଗେ । ଅନେକ ଥର ଆପଣ ଧ୍ୟାନ ଦେଇଥିବେ ଯେ ଅଧିକ ସମୟ ଧରି ଗୋଟିଏ ଅବସ୍ଥାରେ ବସିବା ଦ୍ୱାରା ଆଣ୍ଠୁ ଏବଂ ଅଣ୍ଟାରେ ଯନ୍ତ୍ରଣା ହୋଇଥାଏ । ତେଣୁ ବସି କାମ କରୁଥିବା ଚାକିରି ସମୟରେ, ଆପଣ ନିଶ୍ଚିତ ଭାବରେ ସମୟ ସମୟରେ ଉଠିବା ଏବଂ ଚାଲିବା ଉଚିତ୍ । ତେବେ ମନେରଖନ୍ତୁ ଯେ ଚେୟାରରେ ଭୁଲ ସ୍ଥିତିରେ ବସି ଆପଣ କାମ କରିବା ଉଚିତ୍ ନୁହେଁ । ଏହି କାରଣରୁ ଅଣ୍ଟା ଏବଂ ପିଠି ଯନ୍ତ୍ରଣା ମଧ୍ୟ ଅଧିକ ହୋଇପାରେ ।

ଓଜନ ବଢିପାରେ :

ଅଧିକ ସମୟ ଧରି ବସିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଗୋଟିଏ ସ୍ଥାନରେ ଅଧିକ ସମୟ ବସିବା ଦ୍ୱାରା ଆପଣଙ୍କ ଓଜନ ବଢିପାରେ । ବାସ୍ତବରେ ଅଧିକ ଘଣ୍ଟା ଧରି ବସି ରହିବା ଶରୀରର କ୍ୟାଲୋରୀ କମ୍‌ କରିନଥାଏ । ଯାହାଦ୍ୱାରା ଧୀରେ ଧୀରେ ଆପଣଙ୍କ ଓଜନ ବଢିପାରେ । ତେବେ ଓଜନ ବଢିବା ସହିତ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ହୋଇପାରେ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କିପରି ଭାବେ ଏହି ସମସ୍ୟାରୁ ମୁକ୍ତି ପାଇବେ ।

ଅଧିକ ସମୟ ବସନ୍ତୁ ନାହିଁ :

ଆପଣଙ୍କ ପିଠି ଯନ୍ତ୍ରଣା ଭଳି ସମସ୍ୟାରୁ ସହଜରେ ମୁକ୍ତି ପାଇବା ପାଇଁ, ଅଫିସ୍‌ରେ ବସିବା ସମୟରେ କିଛି ସମୟ ବାହାର କରନ୍ତୁ ଏବଂ ଆପଣଙ୍କ ଚେୟାରରେ ବସି କିଛି ବ୍ୟାୟାମ କରନ୍ତୁ, ତେବେ ଏହା ଆପଣଙ୍କୁ ତୁରନ୍ତ ଆରାମ ଦେଇପାରେ । ଏପରି ପ୍ରତିଦିନ କରିବା ଦ୍ୱାରା ଆପଣ ପିଠି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ତେବେ ଏହା ବ୍ୟତୀତ ଆପଣ ପ୍ରତି ୨୦ ମିନିଟରେ ଚେୟାରରୁ ଉଠନ୍ତୁ ଏବଂ ବସନ୍ତୁ । ଏହା ସହ କିଛି ସମୟକୁ କିଛି ସମୟ ବ୍ରେକ୍‌ ନିଅନ୍ତୁ । କିନ୍ତୁ ଏହି ସବୁ କାର୍ଯ୍ୟ କରିବା ସହ ଆପଣ ଅଧିକ ପରିମାଣରେ ପାଣି ପିଅନ୍ତୁ । ତେବେ ଯଦି ଆପଣ ଏପରି କରୁଛନ୍ତି ତାହେଲେ ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.