ଯାଜପୁର: ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଣ୍ଡରା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ତଣ୍ଡରା ଗାଁର ଉପେନ୍ଦ୍ର କର। ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଥିଲେ । ଦୁଇ ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛି ହାତୀ ।

ଯାଜପୁର (କେନ୍ୟୁଜ): ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଣ୍ଡରା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ତଣ୍ଡରା ଗାଁର ଉପେନ୍ଦ୍ର କର। ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଥିଲେ । ଦୁଇ ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛି ହାତୀ ।

ସନ୍ଧ୍ଯା ହେବା କ୍ଷଣ ସ୍ଥାନୀୟ ଲୋକ ଘରୁ ବାହାରିବାକୁ ଭୟ କରୁଛନ୍ତି । ଘଟଣାସ୍ଥଳରେ ପହଞ୍ଚିଛନ୍ତି କଟକ ଏସଏଫ୍ଓ ଅନୀଲ କୁମାର ରାୟ । ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ବୋଲି ବନବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଅନ୍ୟପଟେ ହାତୀକୁ ଘଉଡ଼ାଇବା ପାଇଁ ବାନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.