Below header

ଲିଭ-ଇନ-ପାର୍ଟନରର ନାବାଳିକା ଝିଅକୁ ଦୁଷ୍କର୍ମ, ବ୍ୟକ୍ତି ଗିରଫ

ନାବାଳିକା ଜଣକ ବାରମ୍ବାର ଦୁଷ୍କର୍ମ ହେବା ପରେ ମା’କୁ ଜଣାଇଥିଲେ । ଆଉ ମା’ ଓ ଝିଅ ମିଶି ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏଭଳି ଘଟଣା ଦିଲ୍ଲୀରେ ଘଟିଛି ।

ମା’ର ଲିଭ-ଇନ୍-ପାର୍ଟନରଙ୍କ ଯୌନ ଲାଳସାର ଶିକାର ହେଲା ନାବାଳିକା ଝିଅ । ନାବାଳିକା ଜଣକ ବାରମ୍ବାର ଦୁଷ୍କର୍ମ ହେବା ପରେ ମା’କୁ ଜଣାଇଥିଲେ । ଆଉ ମା’ ଓ ଝିଅ ମିଶି ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏଭଳି ଘଟଣା ଦିଲ୍ଲୀରେ ଘଟିଛି ।

ଖବର ମୁତାବକ, ମହିଳା ଜଣକ ୮ ବର୍ଷ ପୂର୍ବେ ସ୍ୱାମୀଙ୍କୁ ଛାଡି ଦେଇଥିଲେ । ତାଙ୍କର ୩ ପିଲା ରହିଥିଲେ । ସ୍ୱାମୀଙ୍କୁ ଛାଡିବା ପରେ ମହିଳା ଜଣକ ଜଣେ ବସ୍‌ ଡ୍ରାଇଭର ଅଙ୍କିତ ଯାଦବଙ୍କ ସହିତ ଲିଭଇନରେ ରହୁଥିଲେ । ଉଭୟଙ୍କର ଏକ ପୁଅ ଥିବା ଜଣାପଡିଛି ।

ପୋଲିସ କହିବାସୁନାରେ ଜୁଲାଇ ୨୩ରେ ମହିଳା ଜଣକ ପିଲାକୁ ଘରେ ଛାଡି ହସପିଟାଲ ଯାଇଥିଲେ । ଏହାର ଫାଇଦା ଉଠାଇ ଲିଭଇନ ପାର୍ଟନର ଅଙ୍କିତ ଯାଦବ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲେ । ଆଉ କାହାକୁ କହିଲେ ଭଲ ହେବନି ବୋଲି ୧୪ ବର୍ଷୀୟା ନାବାଳିକାକୁ କହିଥିଲେ । ହେଲେ ଏଭଳି ଘଟଣା ବାରମ୍ବାର ହେଉଥିବାରୁ ନାବାଳିକା ଜଣକ ଅତିଷ୍ଠ ହୋଇ ଏନେଇ ନିଜ ମା’ଙ୍କୁ ଅବଗତ କରିବା ପରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ନାବାଳିକାଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ବିରୋଧରେ ୩୭୬ ଏବଂ ୫୦୬ ଧାରା ଅନୁଯାୟୀ ପସ୍କୋ ଆକ୍ଟରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.