Below header

ରକ୍ତ ଶୁଦ୍ଧି ପାଇଁ ଆପଣାନ୍ତୁ ଏହି ଆୟୁର୍ବେଦୀୟ ଟିପ୍ସ

କୁହାଯାଏ ବାୟୁ ପ୍ରଦୂଷଣ ଯୋଗୁ ରକ୍ତ ଦୂଷିତ ହୋଇଥାଏ । ମାତ୍ର ଏହି କଥାର ଯଥେଷ୍ଟ ପ୍ରମାଣ ନାହିଁ । ଦୂଷିତ ବାୟୁ ଆମର ଶ୍ୱାସ ତନ୍ତ୍ରକୁ ଯାଇ ଅକ୍ସିଜେନର ସ୍ଥାନ ନେଇଥାଏ । ଧିରେ ଧିରେ କାର୍ବନ ଡାଇଅକ୍ସାଇଡ ମାତ୍ରା ବଢ଼ିବା ଯୋଗୁ ହେମୋଗ୍ଲୋବିପନ ରକ୍ତକୁ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ ଉପଲବ୍ଧ କରି ପାରିନଥାଏ ।

ଏମିତି ବଢ଼ିଥାଏ ସଙ୍କଟ :

ଶରୀରକୁ ୯୦-୧୦୦ ପ୍ରତିଶତ ଅକ୍ସିଜେନ୍‌ ଆବଶ୍ୟକ ପଡିଥାଏ । ହେଲେ ପ୍ରଦୂଷଣ ଯୋଗୁ ଏହାର ସ୍ତର ୯୦ ରୁ କମ୍‌ ହୋଇଯାଇଥାଏ । ଯେଉଁଥିପାଇଁ ହାଇପୋଅକ୍ସିଆ (ଅକ୍ସିଜେନର କମ) ହେବାକୁ ଲାଗିଥାଏ । ଫଳରେ ଥକ୍କାପଣ, ଆଳସ୍ୟ, କାସ ଓ ଆଖି ପୋଡ଼ିବା ଆଦି ଦେଖା ଦେଇଥାଏ । ଏହାକୁ ଠିକ୍‌ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ ।

ତୁଳସୀ ଗଛ ଲଗାନ୍ତୁ :

ତୁଳସୀ ବାତାବରଣ ପ୍ରଦୂଷଣ ମାତ୍ରାକୁ ୩୦ ପ୍ରତିଶତ କମ କରିଥାଏ । ଏଥିପାଇଁ ୭ ରୁ ୧୧ ତୁଳସୀ ପତ୍ର, ଅଦା, ଗୁଡ ଓ ୨ଟି କଳାମରିଚକୁ ଏକ ଗ୍ଲାସ ପାଣିରେ ଫୁଟାନ୍ତୁ । ଏହାର ଏକ ଚତୁର୍ଥାଂଶ ରହିବା ପରେ ଏହାକୁ ଉଷୁମ ଉଷୁମ ପିଅନ୍ତୁ ।

ପ୍ରଚୁର ପାଣି ପିଅନ୍ତୁ :

ନେଚରପ୍ୟାଥୀ ଉପଚାରରେ ଶୁଦ୍ଧ ପାଣିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଦିନ ସାରା ପ୍ରଚୁର ପାଣି ପିଇବା ଦ୍ୱାରା ରକ୍ତ ସଫା ରହିଥାଏ । ବନ୍ଧା କୋବି (ପତ୍ର କୋବି) ର ଜୁସ ମଧ୍ୟ ନେଇପାରିବେ ।

ଏହାକୁ ବି ଆପଣାନ୍ତୁ :

ତୁଳସୀ ପତ୍ରର ୧ ଚାମଚ ରସକୁ ୨ଚାମଚ ମହୂ ସହ ନେଲେ ରକ୍ତ ଶୁଦ୍ଧି ହୋଇଥାଏ । ହେଲେ ଡାଇବେଟିସ ରୋଗୀ ଏହାକୁ ନନେବା ଦରକାର । ଗିଲୋଇ ରସ, ଅଳାଁ ରସ କିମ୍ବା ଏଲୋଭେରା ରସ ୨-୨ ଚାମଚ ନେଇପାରିବେ । ମସଲାଦାର ଖାଦ୍ୟ ଅପେକ୍ଷା ସିଝା ଓ ସଲାଡ ମଧ୍ୟ ରକ୍ତ ଶୁଦ୍ଧିରେ ଉପକାରୀ ହୋଇଥାଏ । ଅନୁଲୋମ ବିଲୋମ ଓ ଭତ୍ସିକା ପ୍ରାଣାୟମ ମଧ୍ୟ ରକ୍ତ ଶୁଦ୍ଧି କରିଥାଏ । ଏହାକୁ ସୂର୍ଯ୍ୟ ଉଦୟ ପରେ ଓ ସୂର୍ଯ୍ୟାସ୍ତ ପୂର୍ବରୁ ୨୫ –୨୫ ମିନିଟ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.