ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ୧୪ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ସପ୍ତାହକୁ ଚାରିଦିନ ଚଳାଚଳ କରିବ ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ୧୪ ଜୁଲାଇ, ୨୦୨୧ ପର୍ଯ୍ୟନ୍ତ ସପ୍ତାହକୁ ଚାରିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି । କୋଭିଡ଼ ୧୯ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଅଛି ।

୦୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ବିଶେଷ ଟ୍ରେନ ଭାୟା ଟାଟା ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ସୋମବାର ଏବଂ ଶୁକ୍ରବାର ଦିନ ମାନଙ୍କରେ ବାତିଲ ରହିବ ।

୦୨୮୨୪ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ଟାଟା ନୂଆଦିଲ୍ଲୀରୁ ପ୍ରତି  ବୁଧବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ମଙ୍ଗଳବାର ଏବଂ ଶନିବାର ଦିନ ମାନଙ୍କରେ ବାତିଲ ରହିବ ।

୦୨୮୨୫/୦୨୮୨୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ଆଦ୍ରI ଭୁବନେଶ୍ୱରରୁ ରବିବାର ଏବଂ ବୁଧବାର ଦିନ ଏବଂ ନୂଆଦିଲ୍ଲୀରୁ ସୋମବାର ଏବଂ ଶୁକ୍ରବାର ଦିନ ଚଳାଚଳ କରିବ।

୦୨୮୫୫/୦୨୮୫୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ସମ୍ବଲପୁର ସିଟି ଏବଂ ରାଉରକେଲା ଭୁବନେଶ୍ୱରରୁ ୩ ଓ ୧୦ ଜୁଲାଇ (ଶନିବାର) ଏବଂ ନୂଆଦିଲ୍ଲୀରୁ ୪ ଓ ୧୧  ଜୁଲାଇ, ୨୦୨୧ ତାରିଖ (ରବିବାର) ଦିନ ବାତିଲ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.