Below header

ବାଲେଶ୍ବର: ଶ୍ବଶୁର ଘରୁ ଫେରିବା ବେଳେ ଦୁର୍ଘଟଣା, ବାପ ପୁଅ ଗୁରୁତର ଓ ମା’ ଝିଅ ମୃତ

ବାଲେଶ୍ବର(କେନ୍ୟୁଜ୍):  ବାଇକକୁ ଧକ୍କା ଦେଲା ମାଲବାହି ଟ୍ରକ। ଦୁର୍ଘଟଣାରେ ଗୋଟିଏ ପରିବାରର ଦୁଇ ମୃତ ଦୁଇ ଗୁରୁତର । ସମସ୍ତ ଗୁରୁତର ଓ ମୃତାହତ ବାଲେଶ୍‌ର ଟୁଲଙ୍ଗ ସାହି ଅଞ୍ଚଳର । ବାଲେଶ୍‌ର ସହର ଟୁଲଙ୍ଗ ସାହି ର ଦେବାଦତ୍ତ ମହାପାତ୍ର  ଶ୍ଵଶୁର ଘର ରୂପସାକୁ ଯାଇ ପରିବାର ସହ ବାଇକ‌ରେ  ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ ।

baleswar accident1

ଦୁର୍ଘଟଣାରେ ଦେବଦତ୍ତ ଓ ତାଙ୍କ ପୁଅ ଗୁରୁତର ହୋଇଥିବା ବେଳେ ତାଙ୍କ   ସ୍ତ୍ରୀ ଓ  ଝିଅ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା । ମୃତକମାନେ ହେଲେ ମା ଓ ଝିଅ ହେଲେ ରେଣୁକା ମହାପାତ୍ର ଓ ହିମାଂଶି ମହାପାତ୍ର । ଗୁରୁତର  ଦେବ ଦତ୍ତ ମହାପାତ୍ର  ଓ ତାଙ୍କ ପୁଅ ବାଲେଶ୍‌ର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପରିବାର ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ କୋଳାହଳ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.