ଏହି ୪ଟି କଥା ଭାଙ୍ଗିପାରେ ଆପଣଙ୍କ ହସ ଖୁସିର ବୈବାହିକ ଜୀବନ, ଭୂଲରେ ବି କରନ୍ତୁ ନାହିଁ ଏହି ଭୂଲ୍‌

ବ୍ୟକ୍ତି ଯେତେବେଳେ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଯାଏ, ସେତେବେଳେ ପରିବାରକୁ ନେଇ ବହୁତ ସ୍ୱପ୍ନ ଦେଖେ । ଏକ ହସ ଖୁସିର ପରିବାର ବିତାଇବା ପାଇଁ କିଛି ନିୟମକୁ ପାଳନ କରିବା ଉଚିତ୍‌ । ଯାହାକି ପାରିବାରିକ ସମ୍ପର୍କରେ କେବେ ବି ଝଡ଼ ସୃଷ୍ଟି କରିପାରିବ ନାହିଁ । ଏହି କଥା ଆପଣଙ୍କୁ ବୁଝିବାକୁ ହେବ ଯେ କ’ଣ କଲେ ପତି-ପତ୍ନୀର ସମ୍ପର୍କ କେବେ ବି ଖରାପ ହେବ ନାହିଁ । ଆସନ୍ତୁ ଜାଣିବା ଏହି କଥା ସମ୍ପର୍କରେ ।

୧. ପାର୍ଟନର ଉପରେ ଧ୍ୟାନ ନ ଦେବା :

କିଛି ଲୋକ ବିବାହ ପରେ ପାର୍ଟନର ସହ ଭଲ ସମୟ ବିତାଇ ଥାନ୍ତି । ହେଲେ ସମୟ ବଢ଼ିବା ସଂଗେ ସଂଗେ ପାର୍ଟନରକୁ ମଧ୍ୟ ସମୟ ଦେବା କମ୍‌ କରିଦେଇଥାନ୍ତି । କେତେବେଳେ କାମ ବ୍ୟସ୍ତତାରୁ ହେଉ ତ କେବେ ଅନ୍ୟ କିଛି କାରଣରୁ । ଏହି କଥାକୁ ନେଇ ବହୁବାର ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥାଏ ।

୨. ପୁରୁଣା ଭୂଲ୍‌କୁ ଦୋହରାଇବା :

କିଛି ଲୋକଙ୍କ ଆଦତ ଯେ ସେ ପାର୍ଟନରଙ୍କ ସହ ସର୍ବଦା ଯୁକ୍ତି ତର୍କ କରିଥାନ୍ତି । ବେଳେ ବେଳେ ପୁରୁଣା କଥାକୁ ନେଇ ଅଡି ବସିଥାନ୍ତି । ଯାହା ଫଳରେ ସମ୍ପର୍କରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ସର୍ବଦା ପୁରୁଣା କଥାକୁ ଦୋହରାନ୍ତୁ ନାହିଁ ।

relationship.
photo credit: amarujala.com

୩. ସନ୍ଦେହ କରିବା :

ବିବାହିତ ଜୀବନରେ ସନ୍ଦେହ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ଏହି ସନ୍ଦେହ ଯୋଗୁ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥାଏ । କେତକ ଲୋକଙ୍କ ଆଦତ ଯେ ସେ ତାଙ୍କ ପାର୍ଟନରକୁ ସନ୍ଦେହ କରିଥାନ୍ତି । ଫଳରେ ସମ୍ପର୍କ ବିଗିଡ଼ି ଯାଇଥାଏ । ତେଣୁ ବିନା ମଜଭୁତ ପ୍ରମାଣରେ ପାର୍ଟନରକୁ ସନ୍ଦେହ କରିବା ଉଚିତ ନୁହେଁ । ନଚେତ୍‌ ସମ୍ପର୍କ ଭାଙ୍ଗି ଯାଇଥାଏ ।

୪.ପଛରେ ଆଲୋଚନା କରିବା :

ପତି-ପତ୍ନୀଙ୍କ ସମ୍ପର୍କ ବିଶ୍ୱାସରେ ତିଷ୍ଠି ରହିଥାଏ । ଏଥିପାଇଁ ଦୁଇ ପାର୍ଟନର ଉଭୟେ ଉଭୟଙ୍କୁ ବିଶ୍ୱାସ କରିବା ଉଚିତ୍‌ । କିଛି ବ୍ୟକ୍ତି ସାଙ୍ଗ ଓ ନିଜ ଘର ଲୋକଙ୍କ ଆଗରେ ପତ୍ନୀ ସମ୍ପର୍କରେ ଆଲୋଚନା କରନ୍ତି । ଯେତେବେଳେ ଏହି କଥା ପାର୍ଟନରଙ୍କୁ ଜଣାଯିବ ସେତେବେଳେ ଏହା ସମ୍ପର୍କ ଉପରେ ପ୍ରଭାବ ପକାଇପାରେ । ଏଥିପାଇଁ ସମ୍ପର୍କ ନଷ୍ଟ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.