Below header

ଓଡ଼ିଶାରେ ଋଷ କୋଭିଡ୍ ଟିକା ସ୍ପୁଟନିକ୍-V, କୋ-ଓ୍ଵିନ ପୋର୍ଟାଲରେ ପଞ୍ଜିକରଣ କରି କାଲିଠୁ ନେଇପାରିବେ ଟିକା

କେନ୍ୟୁଜ୍(ବ୍ୟୁରୋ):   ଓଡ଼ିଶାରେ ଋଷ କୋଭିଡ୍‌ ଟିକା ସ୍ପୁଟନିକ-V । ଘରୋଇ ହସ୍ପିଟାଲରେ ସ୍ପୁଟନିକ-V ଟିକା ନେଇପାରିବେ ଲୋକେ । କୋ-ଓ୍ଵିନ ପୋର୍ଟାଲରେ ପଞ୍ଜିକରଣ କରି କାଲିଠୁ ଟିକା ନେଇପାରିବେ । ପ୍ରତି ଡୋଜ୍‌ ପ୍ରତି ୧୧୪୫ ଟଙ୍କା ଦର ରହିଛି ।

ପୂର୍ବରୁ ଓଡ଼ିଶାରେ କେବଳ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ମିଳୁଥିବା ବେଳେ ଏବେ ଆଉ ଏବେ କୋଭିଡ଼ ଲଢେଇରେ ସାମିଲ ହୋଇଛି ଋଷର ଏହି ଟିକା । କୋୱିନ୍ ଆପରେ ପଞ୍ଜିକରଣ କରି ଲୋକେ ଏହାକୁ ନେଇ ପାରିବେ। ଘରୋଇ ହସ୍ପିଟାଲ ସିଧାସଳଖ ଟିକା ଉତ୍ପାଦନ କମ୍ପାନୀ ଠାରୁ କିଣିବା ପାଇଁ ଅନୁମତି ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.