Below header

ରାତିରେ ଶୋଇବା ପୂର୍ବରୁ ନିହାତି ଖାଆନ୍ତୁ ଜୁଆଣି, ମିଳିବ ଏହି ୩ଟି ଫାଇଦା

ସମସ୍ତଙ୍କ ରୋଷେଇ ଘରେ କେତେକ ଏମିତି ମସଲା ରହିଛି, ଯାହାକୁ ଖାଇଲେ ଶରୀରର ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଏସବୁ ଜିନିଷ ମଧ୍ୟରେ ଗୋଟିଏ ହେଉଛି ଜୁଆଣି। ଜୁଆଣିର ବ୍ୟବହାର ତରକାରୀରେ କିମ୍ବା କାଢ଼ା ରୂପେ କରାଯାଏ। ସେହିପରି କିଛି ଲୋକ ଜୁଆଣି ପାଣି କିମ୍ବା ଜୁଆଣି ଚା’ର ସେବନ କରିଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶୋଇବା ପୂର୍ବରୁ ଯଦି ଜୁଆଣି ସେବନ କରିବେ ତେବେ ଶରୀର ଅନେକ ଫାଇଦା ହେବ। ଆସନ୍ତୁ ଜାଣିବା କେମିତି…

ଅଣ୍ଟା ବିନ୍ଧାରୁ ମୁକ୍ତି:

ଅଣ୍ଟା ବିନ୍ଧୁଥିଲେ ରାତିରେ ଶୋଇବା ପୂର୍ବରୁ ଜୁଆଣି ସେବନ କରନ୍ତୁ। ଏଭଳି କରିବା ଦ୍ୱାରା ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏଥିପାଇଁ ଜୁଆଣିକୁ ପ୍ରଥମେ ଭାଜନ୍ତୁ। ପରେ ଏହାକୁ ଚୋବାଇ ପାଣି ପିଇ ଦିଅନ୍ତୁ। ଏଥିସହ ଜୁଆଣି ପାଣି ପିଇବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧା ଦୂର ହୁଏ।

କୋଷ୍ଠକାଠିନ୍ୟରୁ ମିଳେ ମୁକ୍ତି:

କୋଷ୍ଠ କାଠିନ୍ୟ ସମସ୍ୟାକୁ ଦୂର କରିବା ପାଇଁ ଜୁଆଣୀ ବିଶେଷ ଭାବେ ଲାଭକାରୀ ହୋଇଥାଏ। ଏଥିପାଇଁ ଜୁଆଣିକୁ ହାଲ୍‌କା ଆଞ୍ଚରେ ଭାଜନ୍ତୁ। ଏହା ଭାଜି ହୋଇଗଲେ ଥଣ୍ଡା କରି ଚୋବାନ୍ତୁ ଓ ଉଷୁମ ପାଣି ପିଅନ୍ତୁ। ଏମିତି କିଛି ଦିନ ଖାଇଲେ ପେଟର କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହେବ ଓ ଆରାମ ମିଳିବ।

ଅନିଦ୍ରା ଦୂର ହେବ:

ବର୍ତ୍ତମାନ ସମୟରେ ଖରାପ ଲାଇଫ୍‌ଷ୍ଟାଇଲ ଯୋଗୁ ଅଧିକାଂଶ ଲୋକ ଅନିଦ୍ରାର ଶିକାର ହେଉଛନ୍ତି। ଆପଣ ବି ଯଦି ଅନିଦ୍ରା ଜନିତ ସମସ୍ୟା ଦେଇ ଗତି କରୁଥାନ୍ତି, ତେବେ ରାତିରେ ଶୋଇବା ପୂର୍ବରୁ ଜୁଆଣି ସେବନ କରନ୍ତୁ। ଜୁଆଣି ସେବନ କଲେ ମୁଣ୍ଡ ଥଣ୍ଡା ରହିବା ସହ ଭଲ ନିଦ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.