ମାଘ ସପ୍ତମୀରେ ଏଥର ଚନ୍ଦ୍ରଭାଗାରେ ବୁଡ଼ ପକାଇପାରିବେନି ଶ୍ରଦ୍ଧାଳୁ, ଆସନ୍ତାକାଲି ଦିନ ୧୧ଟା ପର୍ଯ୍ଯନ୍ତ ୧୪୪ ଧାରା ଜାରି

କୋଣାର୍କ (କେନ୍ୟୁଜ୍): ଆସନ୍ତାକାଲି ମାଘ ସପ୍ତମୀରେ ପ୍ରସିଦ୍ଧ ପବିତ୍ର ଚନ୍ଦ୍ରଭାଗା ବୁଡ଼ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଗତବର୍ଷ ଭଳି ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁଙ୍କ ମଧ୍ୟରେ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ଼ ଅନୁଷ୍ଠିତ ହେବ । ଭୋରରେ ତିନି ଠାକୁର ତ୍ରିବେଣୀଶ୍ୱର ମହାଦେବ, ଐଶାନ୍ୟଶ୍ୱର ମହାଦେବ ଓ ଦକ୍ଷିଣେଶ୍ଵର ମହାଦେବଙ୍କ ମହାସ୍ନାନ ପରେ କେବଳ ଠାକୁରଙ୍କ ନୀତିକାନ୍ତିରେ ସମ୍ପୃକ୍ତ ସେବକମାନେ ବୁଡ଼ ପକାଇବେ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ମେଳା ପଡିଆକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି ।

ଆଜି ଦିନ ଅପରାହ୍‌ଣ ୪ଟାରୁ ଆସନ୍ତାକାଲି ଦିନ ୧୧ଟା ପର୍ଯ୍ଯନ୍ତ ୧୪୪ଧାରା ବଳବତ୍ତର ରହିବ । ମହାପ୍ରଭୁଙ୍କ ନୀତିକାନ୍ତି ପରେ ମହାସ୍ନାନ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡିତ ମାତ୍ର ୫ଶହ ଜଣଙ୍କୁ ବୁଡ ପାଇଁ ଅନୁମତି ପ୍ରଦାନ କରାଯାଇଛି । ନୀତିକାନ୍ତି ସହ ଜଡିତ ବ୍ରାହ୍ମଣ, ସେବକ ମାନଙ୍କ ପାଇଁ ମାସ୍କ ବ୍ଯବହାର ବାଧ୍ୟତା ମୂଳକ କରାଯାଇଛି । ଚନ୍ଦ୍ରଭାଗା ତୀର୍ଥ କ୍ଷେତ୍ର ମଧ୍ୟକୁ କେବଳ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅନୁମତି ପ୍ରଦାନ କରାଯାଇଛି । ଶ୍ରଦ୍ଧାଳୁ ମାନଙ୍କୁ ରୋକିବା ପାଇଁ କୋଣାର୍କକୁ ସଂଯୋଗ କରୁଥିବା ରାସ୍ତାରେ ବ୍ୟାରିକେଡ ନିର୍ମାଣ ସହ ବ୍ୟାପକ ପୋଲିସ ଚେକିଂ କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.