Below header

ପାନପତ୍ରରେ ରହିଛି ଅନେକ ଔଷଧିୟ ଗୁଣ, ପ୍ରତିଦନ ଗୋଟିଏ ଲେଖାଏଁ ଖାଆନ୍ତୁ

ଭାରତୀୟ ମାନଙ୍କ ଖାଦ୍ୟରେ ଏକ ଖାସ ସ୍ଥାନ ପାନର ରହିଛି। ଦେଖିବାକୁ ଗଲେ ପାନ ଖାଇବା ସମସ୍ତଙ୍କୁ ପସନ୍ଦ। ତେବେ ପାନ କେବଳ ପାଟିକୁ ସୁଆଦିଆ ଲାଗେ ତାହା ନୁହଁ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ। ପୌରାଣିକ ଶାସ୍ତ୍ରରେ ପାନ ପତ୍ର ଶୁଭ ହୋଇଥାଏ। ଏହା ବ୍ୟତୀତ ପାନ ପତ୍ର କେତେକ ରୋଗ ଭଲ କରିବାରେ ମଧ୍ଯ ସାହାଯ୍ୟ କରିଥାଏ।

ପ୍ରାୟ ଲୋକ ଖାଦ୍ୟ ଖାଇବା ପରେ ପାନର ସେବନ କରନ୍ତି । ଏମିତି କରିଲେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ । ଆମର ପାଚନ ତନ୍ତ୍ର ସବୁ ବେଳେ ସୁସ୍ଥ ରହିଥାଏ । ପାନପତ୍ର ନା କେବଳ ଶୁଭ କାର୍ଯ୍ୟରେ ବ୍ୟବହାର ହୁଏ ବରଂ ଏହାକୁ ଆମେ ମାନେ ଅନେକ ରୋଗ ଭଲ କରିବା ପାଇଁ ବ୍ୟବହାର କରିଥାନ୍ତି । କେବଳ ସେତିକି ନୁହେଁ ଚର୍ମର ସମସ୍ତ ସମସ୍ୟା ଦୂର କରିବା ପାଇଁ ପାନ ପତ୍ରର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଚର୍ମରେ ଥିବା କଳା ଦାଗ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପାନ ପତ୍ରରେ ଅନେକ ଔଷଧ ଗୁଣ ଅଛି। ଏହା ମୁହଁ ସଫା କରିବା ସହିତ ଆଲର୍ଜି ମଧ୍ୟ ଦୂର କରିଥାଏ ।

-ପାନର ଏକ ପତ୍ରରେ ୧୦ ଗ୍ରାମ ଗୋଲମରିଚ ଗୁଣ୍ଡ ମିଶାଇ ସେବନ କରିବା ଦ୍ବାରା ମୋଟାପଣ ଦୂର ହୋଇଥାଏ। ଏପରି ୨ ମାସ କରିବା ପରେ ଆପଣ ଏହାର ପ୍ରଭାବ ଜାଣିପାରିବେ।

-ପାନପତ୍ର ରେ ଚିନି ଦାନା ସଦୃଶ ଚୂନ ମିଶେଇ ଆପଣ ମାନେ ପ୍ରତି ଦିନ ସେବନ କରିବେ ତେବେ ଆପଣଙ୍କ ଶରୀରରେ କ୍ୟଲସିୟମ୍ ର ଅଭାବ ହେବ ନାହିଁ ।

-ଯଦି ଆପଣ ମାନଙ୍କର ଗଳା ବସିଜାଇଛି ବା ଇନଫେକ୍ସନ ହୋଇଛି ତେବେ ଆପଣ ମାନେ ଏକ ପାନ ପତ୍ର କୁ ଏକ ଗ୍ଲାସ୍ ପାଣିରେ ଫଉଟେଇ ଗ୍ରାଗ୍ଲିଂ କରିପାରିବେ । ସେହି ପରି ଆପଣ ମାନେ ତ୍ୱଚ୍ଛା ର ସମସ୍ୟା ଏବଂ ମୁହଁ ର ସମସ୍ୟା ପାଇଁ ବ୍ୟଟିଂ ପ୍ରଡୋକ୍ଟ ଭାବେ ଆପଣ ମାନେ ଏହାର ବ୍ୟବହାର କରିପାରିବେ ।
-ଚର୍ମ ସଂକ୍ରମଣ ଏବଂ ଆଲର୍ଜି ସମସ୍ୟା ଦୂର କରିବା ପାଇଁ ମଧ୍ୟ ପାନ ପତ୍ର ବହୁ ଉପକାରୀ ଅଟେ । ଏଥିରେ ଥିବା ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ଚର୍ମ ଆଲର୍ଜିକୁ ଭଲ କରିଥାଏ ।
-ଫାଇଲେରିଆ ରୋଗ ହେବା ସମୟରେ ୭ଟି ପାନ ପତ୍ର ସହିତ ଲୁଣ ମିଶାଇ ପାଣିରେ ସେବନ କରନ୍ତୁ। ଏହିପରି ପାନ ପତ୍ର ବ୍ୟବହାର କରିବା ଦ୍ବାରା ଆପଣଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ।
-ପାନ ପତ୍ରରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଏଥିରେ ଥିବା ଫ୍ଲାଭୋନାଏଡ୍ ଏବଂ ପଲିଫେନୋଲ୍ ଫୁଲା ସମସ୍ୟାକୁ ହ୍ରାସ କରିଥାଏ ।
-ପ୍ରତ୍ୟେକ ଦିନ ୫-୧୦ ମିଲି ପାନର ରସ ସେବନ କରିବା ଦ୍ବାରା ଥଣ୍ଡା ଭଲ ହୋଇଥାଏ।

-କେବଳ ସେତିକି ନୁହେଁ ଯେଉଁ ମାନଙ୍କୁ କନଷ୍ଟିପେସନ ଭଳି ସମସ୍ୟା ରହିଛି ସେମାନେ ସକାଳୁ ଗୋଟିଏ ପାନ ପତ୍ର ଚୋବେଇ ଖାଆନ୍ତୁ । ଏହି ପାନପତ୍ର ରେ ଏଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ । ଜାହା ଆମର କାଶ ଭଳି ସମସ୍ୟା କୁ ଦୂର କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.