ଏହି ଚମତ୍କାରୀ ଶିବ ମନ୍ଦିରରେ ବିନା ଅଗ୍ନିରେ ପ୍ରସ୍ତୁତ କରାଯାଏ ଭଗବାନଙ୍କ ପ୍ରସାଦ, ଜାଣନ୍ତୁ କେମିତି

ଦେଶର ବିଭିନ୍ନ ସ୍ଥାନରେ ଭଗବାନ ଶିବଙ୍କ ପ୍ରସିଦ୍ଧ ମନ୍ଦିର ରହିଛି । ଶିବ ଭକ୍ତମାନେ ଦେବ ଦେବ ମହାଦେବଙ୍କୁ ପ୍ରସନ୍ନ କରିବାକୁ ପ୍ରୟାସ କରିଥାନ୍ତି ।ଆମ ଦେଶର ଲୋକମାନଙ୍କ ମନରେ ଧର୍ମକୁ ନେଇ ଗଭୀର ଭକ୍ତି ରହିଛି। ଭାରତର ଅନେକ ସ୍ଥାନରେ ଅଦ୍ଭୁତ ଏବଂ ଅବିଶ୍ୱସନୀୟ ମନ୍ଦିର ରହିଛି। ଏଭଳି ମଧ୍ୟ କିଛି ମନ୍ଦିର ରହିଛି ଯାହା କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଖୁବ୍ ପ୍ରସିଦ୍ଧ।

ଭାରତ କଳା ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଦେଶ। ଭାରତରେ ଏମିତି ଅନେକ ମନ୍ଦିର ଅଛି ଯେଉଁଠି ଭଗବାନଙ୍କର ଚମତ୍କାରିତା ଦେଖିବାକୁ ମିଳେ । କିଛି ରହସ୍ୟ ଏମିତି ଅଛି ଯାହାର ଖୋଜ ବୈଜ୍ଞାନିକମାନେ ମଧ୍ୟ କରିପାରିନାହାନ୍ତି । କିନ୍ତୁ ଏହି ରହସ୍ୟ ସଂପର୍କରେ ଆମେ ଆଜି କହିବାକୁ ଯାଉଛୁ । ଯାହା ହିମାଚଳ ପ୍ରଦେଶର ଅବସ୍ଥିତ। ଏଠାରେ ଏକ ସ୍ୱତନ୍ତ୍ର ଶିବଲିଙ୍ଗ ରହିଛି। ଏହି ମନ୍ଦିରରେ ବିନା ଅଗ୍ନିରେ ଭୋଜନ ପ୍ରସ୍ତୁତ କରାଯାଇଥାଏ। ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ବିଲକୁଲ୍ ସତ। ଏଠାରେ ଭଗବାନଙ୍କୁ ଦର୍ଶନ କରିବା ପାଇଁ କେବଳ ଦେଶ ନୁହେଁ ବରଂ ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ଆସିଥାନ୍ତି।

ହିମାଚଳ ପ୍ରଦେଶରେ ଅବସ୍ଥିତ ଏହି ଶିବ ମନ୍ଦିର ନିକଟରେ ଏକ ନଦୀ ରହିଛି। ଏହି ନଦୀର ପାଣି ଗୋଟିଏ ପଟେ ବରଫ ସମାନ ଥଣ୍ଡା ହୋଇଥିବା ବେଳେ ଅନ୍ୟପଟେ ସୂର୍ଯ୍ୟଙ୍କ ସମାନ ଉତ୍ତପ୍ତ ହୋଇଥାଏ। ଏଠାରେ ଗରମ ପାଣିରେ ମଧ୍ୟ ଲୋକମାନେ ସ୍ନାନ କରିଥାନ୍ତି। କୁହାଯାଇଥାଏ ଏହି ନଦୀ ପାଣିରେ ସ୍ନାନ କରିବା ସମୟରେ ପାଣି ବେଶି ଗରମ କିମ୍ବା ଥଣ୍ଡା ହୋଇନଥାଏ। ସେହିଭଳି ଚାଉଳ ଏବଂ ଡାଲି ଭର୍ତ୍ତି ଏକ ପୁଟୁଳି ଏହି ପାଣିରେ ରଖିଦେଲେ ଏହା କିଛି ଘଣ୍ଟା ପରେ ରାନ୍ଧି ହୋଇଯାଇଥାଏ।

ହିମାଚଳ ପ୍ରଦେଶର କୁଲ୍ଲର ଭୁନ୍ତର ସ୍ଥିତ ପାର୍ବତୀ ଘାଟରେ ପାର୍ବତୀ ନଦୀ କୂଳରେ ଅବସ୍ଥାନ କରୁଥିବା ହିନ୍ଦୁ ଏବଂ ଶିଖମାନଙ୍କର ପ୍ରସିଦ୍ଧ ତୀର୍ଥସ୍ଥଳ। କୁହାଯାଇଥାଏ ଏଠାରେ ଭଗବାନ ଶଙ୍କର, ମାତା ପାର୍ବତୀଙ୍କ ସହ ୧୧ ହଜାର ବର୍ଷ ପର୍ଯ୍ୟନ୍ତ ତପସ୍ୟା କରିଥିଲେ। ଏଥିସହ ଏଠାର ଗନ୍ଧକଯୁକ୍ତ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଗଣ୍ଠି ଏବଂ ଚର୍ମ ରୋଗ ଭଳି ଅନେକ ଗମ୍ଭୀର ରୋଗ ଠିକ୍ ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.