ପିଲାଙ୍କଠାରେ ସ୍ୱଳ୍ପ ଦୃଷ୍ଟିଶକ୍ତି ସମସ୍ୟା ବହୁତ ବିପଜ୍ଜନକ! ବେଳ ହୁଁ ହୁଅନ୍ତୁ ସାବଧାନ; ଏମିତି କରନ୍ତୁ ପ୍ରତିକାର

ଆଜିକାଲି ଛୋଟ ପିଲାଙ୍କଠାରେ ସ୍ୱଳ୍ପ ଦୃଷ୍ଟିଶକ୍ତି (ଲୋ ଭିଜନ) ସମସ୍ୟା ବହୁତ ଦେଖା ଯାଉଛି। ସାଧାରଣତଃ ଏହି ସମସ୍ୟା ଖରାପ ଜୀବନଶୈଳୀ, ଅଧିକ ମାତ୍ରାରେ ପାଠ ପଢ଼ିବା, ଟିଭି କିମ୍ବା ମୋବାଇଲ ଦେଖିବା ନିଶା ଯୋଗୁ ଦେଖା ଯାଉଛି। ତେବେ ଏହି ସମସ୍ୟାର କିଛି ବିଶେଷ ଲକ୍ଷଣ ଥାଏ। ଉଦାହରଣ ସ୍ୱରୂପ, ପରିଚିତ ଚେହେରାକୁ ଚିହ୍ନିବାରେ ଅସୁବିଧା, ପାଠପଢ଼ାରେ ଅସୁବିଧା, ଝାପ୍ସା ଦେଖାଯିବା, ରଙ୍ଗ ଏବଂ କଣ୍ଟ୍ରାଷ୍ଟ ମଧ୍ୟରେ ପାର୍ଥକ୍ୟ ନ କରିପାରିବା, ମୁଣ୍ଡବିନ୍ଧା, ଆଖି ଲାଲ୍ ପଡ଼ିବା କିମ୍ବା ଚାପ ଅନୁଭବ ହେବା ଇତ୍ୟାଦି। ଏମିତିରେ ଠିକ୍ ସମୟରେ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା କି, ପିଲାଙ୍କଠାରେ ଲୋ ଭିଜନ ସମସ୍ୟାର କାରଣ କ’ଣ।
ସ୍ନାୟୁଗତ ସମସ୍ୟା: ସ୍ନାୟୁଗତ ସମସ୍ୟା କାରଣରୁ ପିଲାମାନଙ୍କଠାରେ ଦୁର୍ବଳ ଦୃଷ୍ଟିଶକ୍ତି ସମସ୍ୟା ଦେଖା ଦେଇପାରେ। ଆଖି ସହ ଜଡିତ ସ୍ନାୟୁଗୁଡ଼ିକର ଡ୍ୟାମେଜ୍ ହେଲେ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଏ।
ଆନୁବଂଶିକ ପ୍ରଭାବ: ଯଦି ପରିବାରର କୌଣସି ସଦସ୍ୟଙ୍କୁ albinism ଏବଂ retinitispigmentosa ଭଳି ସମସ୍ୟା ରହିଥାଏ, ତ ଏହି ଆନୁବଂଶିକ କାରଣରୁ ବି ପିଲାମାନଙ୍କ ଆଖି ଦୁର୍ବଳ ହୋଇଥାଏ। ଏହା ବ୍ୟତୀତ ଜନ୍ମଗତ ସମସ୍ୟା ଏବଂ ଆଖି ସହ ଜଡ଼ିତ ସମସ୍ୟା ଯେପରି ଗ୍ଲୁକୋମା, ମୋତିଆବିନ୍ଦୁ, ରେଟିନୋବ୍ଲାଷ୍ଟୋମା ଭଳି ରୋଗ ମଧ୍ୟ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଇଥାଏ।
ଏମିତି କରନ୍ତୁ ପ୍ରତିକାର
-ପିଲାମାନଙ୍କଠାରେ ଏପରି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ଦ୍ୱାରା ଆଖି ଯାଞ୍ଚ କରେଇ ନିଅନ୍ତୁ।
-ପିଲାମାନଙ୍କର ଖାଦ୍ୟ ଏବଂ ଜୀବନଶୈଳୀରେ କିଛି ପରିବର୍ତ୍ତନ କରି ସେମାନଙ୍କ ଆଖିକୁ ସୁସ୍ଥ ରଖନ୍ତୁ।
-ଭିଟାମିନ୍ ଏରେ ଭରପୂର ଜିନିଷ ଖାଇବାକୁ ଦିଅନ୍ତୁ। ଯେପରି, ସବୁଜ ପତ୍ରଯୁକ୍ତ ପନିପରିବା, ଅଣ୍ଡା, କ୍ଷୀର, ଗାଜର, ହଳଦିଆ କିମ୍ବା କମଳା ପନିପରିବା, ପାଳଙ୍ଗ, ଶାକରକନ୍ଦା, ଅମୃତଭଣ୍ଡା, ଦହି ଏବଂ ସୋୟାବିନ୍।
-ଖାଦ୍ୟରେ ଡାଲି, ଡ୍ରାଏ ଫ୍ରୁଟସ୍ ଏବଂ ମଞ୍ଜି ଖାଆନ୍ତୁ।
-ଓମେଗା ୩ରେ ଭରପୂର ଖାଦ୍ୟ ଖାଆନ୍ତୁ।
-ପଢ଼ିବା, ଲେଖି ଶୈଳୀକୁ ଠିକ୍ କରନ୍ତୁ। ଯେପରି ପିଲାକୁ ଶୋଇକି ପଢ଼ିବାକୁ ଦିଅନ୍ତୁ ନାହିଁ।
-ପଢ଼ିବା ସମୟରେ କୋଠରୀରେ ଆଲୋକ ସଠିକ୍ ରଖନ୍ତୁ।
-ପିଲାମାନଙ୍କୁ ପାଖରୁ ମୋବାଇଲ୍ ଏବଂ ଟିଭି ଦେଖିବାଠୁ ଦୂରେଇ ରଖନ୍ତୁ।