Below header

ଜାଣିଛନ୍ତି କି ଗ୍ରୀନ କଫି ପିଇବାର ଫାଇଦା, ଓଜନ କମ ସହ ଦୂର ହେବ ରୋଗ

ଅନେକ ଲୋକ ନିଜ ସକାଳର ଆରମ୍ଭ ଚା’ କିମ୍ବା କଫି ପିଇ ଆରମ୍ଭ କରିବାକୁ ଭଲ ପାଆନ୍ତି। କିନ୍ତୁ କଫି ପିଇବା ଦ୍ୱାରା ଓଜନ କମ ହେବା କଥା ଆପଣ କେବେ ଶୁଣିଥିଲେ କି? ଆଜ୍ଞା ହଁ! ଗ୍ରୀନ୍‌ କଫି ପିଇବା ଦ୍ୱାରା ଓଜନ କମ ହୋଇଥାଏ । ଯେଉଁମାନେ ନିଜ ଓଜନକୁ ନେଇ ଚିନ୍ତିତ ଅଛନ୍ତି,ସେମାନେ ଗ୍ରୀନ୍‌ କଫି ପିଇବା ଆରମ୍ଭ କରି ପାରିବେ । ଏହା ଓଜନ କମ କରିବା ସହ ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

green-coffee-bean

-ମଧୁମେହ ସହ ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହା ସହ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ହେଉଥିବା ହୃଦ୍‌ଘାତ, କ୍ରୋନିକ୍‌ କିଡ଼୍‍ନି ଫେଲୁୟର ଭଳି ସମସ୍ୟାକୁ ମଧ୍ୟ ଏହା ରୋକିଥାଏ ।

-ଗ୍ରୀନ୍‌ କଫି ବିନ୍ସରେ ଆଣ୍ଟି-ଅକ୍ସିଡ଼ାଣ୍ଟର ମାତ୍ରା ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ଆସୁଥିବା ସବୁ ହାନିକାରକ ପଦାର୍ଥକୁ ଦୂର କରିବା ସହ ଶରୀରକୁ ସୁସ୍ଥ ରଖିଥାଏ ।

green-coffee-

-ଗ୍ରୀନ୍‌ କଫି ବିନ୍ସରେ କ୍ଲୋରୋଜେନିକ୍‌ ଏସିଡ୍‍ ରହିଥାଏ । ଯାହା ଶରୀରର ଗ୍ଲୁକୋଜର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ । ଏହା ଦ୍ୱାରା ଶରୀରର କୋଷିକାଗୁଡ଼ିକ ସୁସ୍ଥ ରହିଥାଏ ।

-ଗ୍ରୀନ୍‌ କଫି ବିନ୍ସ ଟାଇପ୍‌-୨ ଡ଼ାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରଣରେ ରଖିବା ସହ ମଧୁମେହ ହେବାର ଆଶଙ୍କାକୁ କମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.