Below header

କେଶର ସହ ମିଶାଇ ଖାଆନ୍ତୁ କିସମିସ୍‌, ଦୂର ହେବ ଆଣ୍ଠୁ ଗଣ୍ଠି ସମେତ ଏସବୁ ଗମ୍ଭୀର ରୋଗ

ଦୁନିଆର ଦାମିକିଆ ମସଲା ଓ ଡ୍ରାଏ ଫ୍ରୁଡ୍ସ ମାନଙ୍କ ମଧ୍ୟରୁ କେଶର ଓ କିସମିସ୍ ହେଉଛି ଦୁର୍ଲଭ। କାରଣ ଏହା ଖୁବ୍ କମ୍ ସ୍ଥାନରେ ଉତ୍ପାଦନ ହୋଇଥାଏ । କେଶର ଔଷଧୀୟ ଗୁଣ ରେ ଭରପୁର ଅଟେ । ଆୟୁର୍ବେଦରେ କେଶର ଓ କିସମିସକୁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାର ମହୋଷଧି ଭାବରେ ଗ୍ରହଣ କରାଯାଏ । ଉଭୟ କିସମିସ୍ ଏବଂ କେଶର ଅଧିକାଂଶ ରୋଗକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ । ତେବେ ଚାଲନ୍ତୁ ଜାଣିବା କିସମିସ୍ ଏବଂ କେଶରର ବିଭିନ୍ନ ଉପକାରୀ ଗୁଣ ବିଷୟରେ…

ରାତିରେ କେଶର ଓ କିସମିସକୁ ମିଶାଇ ଭିଜାଇ ଦିଅନ୍ତୁ । ସକାଳୁ ଉଠି ଏହି ଭିଜା କିଶ୍‌ମିଶ୍‌ ଓ କେଶରକୁ ଖାଇବା ସହ ସେହି ପାଣିକୁ ପିଇନିଅନ୍ତୁ । ଏହା ଶରୀର ପାଇଁ ଖୁବ୍‌ ଲାଭଦାୟକ ।

କେଶର ଓ କିସମିସ ଆଣ୍ଟି ଡିପ୍ରେଶନ ଔଷଧି ଅଟେ । ଗୋଟିଏ ଗବେଷଣା ଅନୁସାରେ ଔଷଧ ଆପେକ୍ଷା କେଶର ଡିପ୍ରେସନକୁ ଠିକ୍ କରିବାରେ ସଠିକ୍ ଭାବରେ କାର୍ଯ୍ୟ କରିଥାଏ । କିନ୍ତୁ କେଶର ଅଧିକ ସେବନ କରିବା ହାନି କାରକ ଅଟେ ।

ମାନସିକ ଚାପକୁ କମ୍ କରିବା ପାଇଁ ନିୟମିତ ଭାବରେ ଶୋଇବା ପୂର୍ବରୁ କେଶର ଯୁକ୍ତ ଦୁଗ୍ଧ ସେବନ କରିବା ଉଚିତ୍ । କେଶରରେ ଆଣ୍ଟି ଅକ୍ସିଡ଼ାଣ୍ଟ ଏତେ ପରିମାଣରେ ରହିଛି ଯେ ଶରୀରର କୋଷିକା ଗୁଡ଼ିକୁ ବାହ୍ୟ ଆକ୍ରମଣରୁ ରକ୍ଷା କରିଥାଏ ।

kismish

କିସମିସ ରେ ଭରପୂର ମାତ୍ରାର ଫାଇବର୍‌ ରହିଥାଏ । ଏହାକୁ ପାଣିରେ ଭିଜାଇବା ପରେ ତାହା ଆହୁରି ବଢିଯାଏ । କେଶର ଭିଜା ପାଣି ଦେହ ମଳତ୍ୟାଗ କରିବା ସହଜ କରାଇଥାଏ । ଫଳରେ ଅନ୍ତଃନଳୀ ସଫା ହୋଇଥାଏ ।

କିସମିସ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ଖୁବ୍ ଉପଯୋଗୀ । ଏଥିରେ ଥିବା କ୍ରୋସେତିନ୍ ହାଡ଼ର ଫୁଲାକୁ କମ୍ କରି ଯନ୍ତ୍ରଣାରୁ ଆରାମ ଦେଇଥାଏ । କିସମିସ ସେବନ କରିବା ଦ୍ୱାରା ଯନ୍ତ୍ରଣାରୁ ଆରାମ ମିଳିଥାଏ ।

ଆଇରନ୍‌ରେ ଭରା କିସମିସ୍ ଆର୍‌ବିସି ଉତ୍ପାଦନକୁ ବଢାଇଥାଏ । ଫଳରେ ଆନେମିଆ ହେବାର ଆଶଙ୍କା କମ୍‌ ରହିଥାଏ । ସେହିପରି କେଶରରେ କ୍ୟାରୋଟିନାୟଡ୍‌ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ।

କେଶର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ କେଶର, ଦୁଗ୍ଧ, ଓ ଚନ୍ଦନରେ ଲେପ ପ୍ରସ୍ତୁତ କରି ମୁହଁରେ ଲଗେଇଲା ତ୍ୱଚାର ଚମକ୍ ଆସିଥାଏ

କିସମିସ୍ ଓ କେଶର ଭିଜା ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଥାଏ । ଫଳରେ ଲିଭର୍‌ ବିଷାକ୍ତ ପଦାର୍ଥ ମୁକ୍ତ ହେବା ସହ ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ ।

ଏହି ମିଶ୍ରଣ ଖାଇବା ଦ୍ୱାରା ନିଦରେ ସୁଧାର ଆସିଥାଏ । ଅନିଦ୍ରା ରୋଗୀଙ୍କଠାରେ ମେଲାଟୋନିନ୍‌ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଦେଖିବାକୁ ମିଳୁଥିବା ଆକ୍ସିଡେଣ୍ଟିଭ୍‌ ଷ୍ଟ୍ରେସ୍‌କୁ ଦୂର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.