Below header

କରୋନାକୁ ମାତ୍‌ ଦେବ ମା’ କ୍ଷୀର, କେବଳ ଧ୍ୟାନରେ ରଖନ୍ତୁ ଏହି କଥା

କରୋନା ଭାଇରସ ଯୋଗୁଁ ବିଶ୍ୱର ଲକ୍ଷାଧିକ ଲୋକଙ୍କ ପ୍ରାଣ ଗଲାଣି। ଏହି ମହାମାରୀ ବୟସ୍କ ଏବଂ ଶିଶୁଙ୍କୁ କବଳିତ କରୁଛି। ଏଥିରୁ ନବଜାତକ କିମ୍ବା ଶିଶୁଙ୍କୁ ସଂକ୍ରମିତରୁ ବଞ୍ଚାଇବାକୁ ହେଲେ ସ୍ତନପାନ କରିବା ନିତାନ୍ତ ଜରୁରୀ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି। ଏହି ଭାଇରସ ଯୋଗୁଁ ମା’ମାନଙ୍କ ମନରେ ଏକ ଡର ଲାଗିରହିଥିଲା। କାରଣ ମା’ ଭାବୁଥିଲା, ସ୍ତନ୍ୟପାନ କରାଇବା ଦ୍ୱାରା ନବଜାତଙ୍କୁ କରୋନା ହୋଇପାରେ। ଏଥି ଯୋଗୁଁ ଅନେକ ଦେଶରେ ପିଲାଟି ଜନ୍ମ ହେବା ପରେ ପରେ ମା’ ଠାରୁ ଅଲଗା କରିଦିଆଯାଉଛି। ଏହିସବୁ ମଧ୍ୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେ, ଭାଇରସ ସଂକ୍ରମଣ ଭୟରେ ସ୍ତନ୍ୟପାନ ରୋକିବା ଉଚିତ ନୁହେଁ।

ରିପୋର୍ଟ ମୁତବାକ, ଯେଉଁ ନବଜାତକଙ୍କୁ ସ୍ତନ୍ୟପାନ କରାଯାଉନାହିଁ, ଆଉ ଯେଉଁମାନଙ୍କୁ ସ୍ତନ୍ୟପାନ କରାଯାଉଛି, ତାହା ତୁଳନାରେ ସେମାନଙ୍କ ମୃତ୍ୟୁ ୧୪ ଗୁଣା ବଢିଯାଇଥାଏ। ଏମିତିରେ ପିଲାକୁ ସ୍ତନ୍ୟପାନ ନକରାଇବା ହାନିକାରକ ହୋଇଥାଏ। ଏପର୍ଯ୍ୟନ୍ତ ସନ୍ତ୍ୟପାନ ଜରିଆରେ କୌଣସି ଶିଶୁ ସଂକ୍ରମଣ ହୋଇଥିବା ମାମଲା ସାମ୍ନାକୁ ଆସିନାହିଁ। ମା’ କରୋନା ସଂକ୍ରମିତ ହୋଇଥିବା ସତ୍ତ୍ୱେ ପିଲାଙ୍କ ଠାରେ ଏପରି କିଛି ଲକ୍ଷଣ ଦେଖାଯାଇନାହିଁ। ଏହି ରିପୋର୍ଟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ ଏବଂ ଇଣ୍ଟରନ୍ୟାସନାଲ ବେବି ଫୁଡ ଆକ୍ସନ ନେଟଓ୍ଵାର୍କ ଜାରି କରିଛି।

Should You Breastfeed if You Have the Coronavirus? - The New York ...

 

ସ୍ତନ୍ୟପାନ କରାଇବା ସମୟରେ ଆପଣାନ୍ତୁ ଏହି ସାବଧାନତା :

– ପିଲାଙ୍କୁ ଛୁଇଁବା ପୂର୍ବରୁ ଭଲ ଭାବେ ସାବୁନ କିମ୍ବା ଆଲକହଲଯୁକ୍ତ ହ୍ୟାଣ୍ଡ ସାନିଟାଇଜରସଫା କରନ୍ତୁ।
– ପିଲାକୁ କୋଳକୁ ନେବା ବେଳେ ମାସ୍କ ବ୍ୟବହାର କରନ୍ତୁ।
– ଯଦି ଆପଣର କାଶ କିମ୍ବା କଫ ସମସ୍ୟା ରହିଛି, ତେବେ ଟିସୁ ପାଖରେ ରଖନ୍ତୁ।
– ଟିସୁର ବ୍ୟବହାର କରିବା ପରେ ଏହାକୁ ଡିସପୋଜ କରିବା ପରେ ପୁଣି ଥରେ ହାତକୁ ଭଲଭାବେ ସଫା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.