Maruti Suzukiର ନୂଆ ସ୍କିମ, ୮୯୯ ଟଙ୍କା ଇଏମଆଇରେ କିଣନ୍ତୁ ନୂଆ କାର

କରୋନା ଭାଇରସ୍ କାରଣରୁ ନୂଆ କାରର ବିକ୍ରି ଉପରେ ବହୁତ ମାତ୍ରାରେ ପ୍ରଭାବିତ ହୋଇଛି। ସେଥିପାଇଁ ପୁଣି ପୁର୍ବଭଳି କାର ବିକ୍ରିର ଚାହିଦା ବଢ଼ାଇବା ପାଇଁ କମ୍ପାନୀ ଏବେ ଅନେକ ପ୍ରକାର ଫାଇନାନସିଂ ସ୍କୀମ ଆଣୁଛି। ଦେଶର ସବୁରଠାରୁ ବଡ କାର କମ୍ପାନୀ ମାରୁତି ସୁଜୁକି ମଧ୍ୟ ଲଗାତର ନୂଆ ଫାଇନାନସିଂ ଅପସନ ନେଇ ଆସୁଛି, ଯାହାଦ୍ୱାରା ଗ୍ରାହକଙ୍କୁ ଆକର୍ଷିତ କରାଯାଇପାରିବ। ବର୍ତ୍ତମାନ ମାରୁତି HDFC ବ୍ୟାଙ୍କ ସହିତ ଚୁକ୍ତି କରିଛି। ଯାହାଦ୍ୱାରା କମ୍ପାନୀ କମ୍ ଇଏମଆଇ ଏବଂ ଲମ୍ବା ସମୟ ପାଇଁ ଲୋନ ସମେତ ଅନେକ ସ୍କିମ ଲଞ୍ଚ କରିଛି।

ଷ୍ଟେପ-ଅପ୍ ଇଏମଆଇ ପ୍ଲସ୍ ବଲୁନ୍ ସ୍କିମ

ଏହି ସ୍କିମ ଅନୁଯାୟୀ ମାରୁତି କାରକୁ ଆପଣ ୧,୧୧୧ ଟଙ୍କା ପ୍ରତି ଲକ୍ଷ ପ୍ରାରମ୍ଭିକ ଇଏମଆଇରେ କିଣି ପାରିବେ। ଏହାସହିତ ୮୪ ମାସର ଲୋନ ମିଳିବ।

carମାତ୍ର ୮୯୯ ଟଙ୍କା ଇଏମଆଇ

ଏହି ସ୍କିମ ଅନୁଯାୟୀ ମାତ୍ର ୮୯୯ ଟଙ୍କା ପ୍ରତି ଲକ୍ଷ ଇମଆଇ ପ୍ରଥମ ଛଅ ମାସ ପାଇଁ ଏବଂ ଛଅ ମାସ ପାଇଁ ସେଲଫ୍ ଏମ୍ପଲୟୀ କଷ୍ଟମର୍ସଙ୍କ ପାଇଁ ଏହା ପ୍ରଥମ ତିନି ମାସ ରହିବ।

ଫ୍ଲେକସୀ ଇଏମଆଇ ସ୍କିମ

ଯଦି ଆପଣ ଏହି ସ୍କିମ ଅନୁଯାୟୀ ମାରୁତିର କାର କିଣିବାକୁ ଚାହୁଁନ୍ତି ତେବେ ଆପଣଙ୍କ ପାଖରେ ପ୍ରତି ବର୍ଷ ୩ ମାସ ପାଇଁ କମ୍ ଇମଆଇ ଦେବାର ସୁବିଧା ରହିବ। ଏହି ସୁବିଧା ଯେତେ ବର୍ଷ ପାଇଁ ରହିବ ସେତେ ବର୍ଷ ପଯ୍ୟର୍ନ୍ତ ମିଳିବ।

carrଫିମେଲ ଗ୍ରାହକଙ୍କ ପାଇଁ ସ୍ପେଶାଲ ଇନଷ୍ଟାଣ୍ଟ ରେଟ

ଏହାଛଡା ମାରୁତି ସୁଜୁକି କାର ଉପରେ ଏଚଡିଏଫସି ବ୍ୟାଙ୍କ ୧୦୦ ପ୍ରତିଶତ ଅନ-ରୋଡ୍ ଫଣ୍ଡିଂ କରୁଛି। ଏହାସହିତ ବ୍ୟାଙ୍କ ଫିମେଲ ଗ୍ରାହକଙ୍କ ପାଇଁ ସ୍ପେଶାଲ ଇନଷ୍ଟାଣ୍ଟ ରେଟ୍ ଉପରେ କାର ଲୋନ ମଧ୍ୟ ଅଫର କରୁଛି।

ଆହୁରି ଅନେକ ଫାଇନାନସିଂ ସ୍କିମ ଆଣିସାରିଛି ମାରୁତି ସୁଜୁକି

ଏଚଡିଏଫସି ବ୍ୟାଙ୍କ ପୂର୍ବରୁ ନିକଟରେ ମାରୁତି ସୁଜୁକି ଆଇସିଆଇସିଆଇ ବ୍ୟାଙ୍କ ଏବଂ CIFCL ସହିତ ପାର୍ଟନରସିପରେ ମଧ୍ୟ ଗ୍ରାହକଙ୍କ ପାଇଁ ଅନେକ ଫାଇନାନସିଂ ସ୍କିମ ଲଞ୍ଚ କରିଛି। ଏହି ସ୍କିମ ଦ୍ୱାରା ଆପଣ ଏବେ କାର କିଣନ୍ତୁ ଏବଂ ଦୁଇ ମାସ ପରେ ଇଏମଆଇ ଆଇ ଆରମ୍ଭ କରନ୍ତୁ। କମ୍ ଇଏମଆଇ, ଲମ୍ବା ସମୟ ପାଇଁ ଲୋନ ସମତେ ଅନେକ ପ୍ରକାର ଫାଇନାନସିଂ ଅପସନ୍ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.