Below header

ରାସନକାର୍ଡ ହିତାଧିକାରୀଙ୍କୁ ଶୋଷଣ ଅଭିଯୋଗ, ଠିକ୍‌ରେ ମିଳୁନି ଖାଉଟି ସାମଗ୍ରୀ

ଚାନ୍ଦବାଲି(କେନ୍ୟୁଜ୍‌) : ରାସନ କାର୍ଡ ହିତାଧିକାରୀଙ୍କୁ ଶୋଷଣ କରୁଛନ୍ତି ସ୍ଥାନୀୟ ରିଟେଲର୍‌ । କାର୍ଡ ଥାଇ ବି ମାସ ମାସ ଧରି ମିଳୁନି ଖାଉଟି ସାମଗ୍ରୀ । ଏମିତି ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ କାଁପଡ଼ା ପଞ୍ଚାୟତରେ ।

ପଞ୍ଚାୟତର ୧୬ ଓ ୧୭ ନଂ ଓ୍ଵାର୍ଡ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ଖାଉଟି କାର୍ଡ ଥାଇ ବି ରିଟେଲର ଠିକ୍‌ ଭାବରେ ସାମଗ୍ରୀ ଦେଉ ନାହାଁନ୍ତି
। କିରାସିନି ତେଲ ପାଇଁ ଅଧିକ ଦାମ ନେଉଛନ୍ତି ।

ଅନ୍‌ଲାଇନ୍‌ରେ କିଛି ହିତାଧିକାରୀ ଖାଉଟି ସାମଗ୍ରୀ ପାଉଥିବା କୁହାଯାଉ ଥିଲେ ହେଁ ସାମଗ୍ରୀ ମିଳୁ ନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।
ଏ ସମ୍ପର୍କରେ ତିହିଡ଼ି ବ୍ଲକ୍‌ ବିଡ଼ିଓ ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି ।

କୈାଣସି ପଦକ୍ଷେପ ନିଆଯାଇ ନଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଖୁବ୍‌ ଶୀଘ୍ର ଯଦି ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ଆଗାମୀରେ ବ୍ଲକ୍‌ ସମ୍ମୁଖରେ ଅନଶନ କରାଯିବ ବୋଲି ଓ୍ଵାର୍ଡବାସୀ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.