KBCରେ ୧୪ ବର୍ଷୀୟ ରବି ଜିତିଥିଲ ଏକ କୋଟି ଟଙ୍କା, ଏବେ ହେଲେ ଏହି ସହରର ଏସପି

ପ୍ରସିଦ୍ଧ ରିଆଲିଟି କୁଇଜ୍ ସୋ ‘କୌନ ବନେଗା କାରୋଡ଼ପତି’ର ପ୍ରତିଯୋଗୀ ରହିଥିବା ରବି ମୋହନ ସୈନି ମଙ୍ଗଳବାର ଦିନ ପୋରବନ୍ଦରର ପୋଲିସ ଅଧୀକ୍ଷକ ଭାବରେ ଦାୟିତ୍ତ୍ୱ ଗ୍ରହଣ କରିଛନ୍ତି । ସୂଚନା ଅନୁଯାୟୀ 2001 ମସିହାରେ ରବି ‘କୌନ ବନେଗା କାରୋଡ଼ପତି ଜୁନିୟର ସମୟରେ ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇ 1 କୋଟି ଟଙ୍କା ଜିତିଥିଲେ ।

कौन बनेगा करोड़पति

ରବି ମୋହନ ସୈନି 2014 ରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୁଜୁରାଟ କ୍ୟାଡରର ଆଇପିଏସ୍ ଅଧିକାରୀ ହୋଇଥିଲେ । 33 ବର୍ଷୀୟ ରବି ପୋରବନ୍ଦରର ପୋଲିସ ଅଧୀକ୍ଷକ ଦାୟିତ୍ତ୍ୱ ଗ୍ରହଣ କରିବା ପୂର୍ବରୁ ରାଜକୋଟରେ ଡିସିପି ଭାବରେ କାର୍ଯ୍ୟରତ ଥିଲେ । ରବି ଏକ ସୈନିକ ପରିବାରରୁ ଆସିଛନ୍ତି । ରବି ମୋହନ ସୈନି ରାଜସ୍ଥାନର ଅଲୱାରର ବାସିନ୍ଦା । ତାଙ୍କ ପିତା ନୌସେନାରୁ ଅବସର ନେଇଛନ୍ତି । ରବି MBBS ଅଧ୍ୟୟନ କରିଥିଲେ ଏବଂ ଏହି ସମୟ ମଧ୍ୟରେ ସେ UPSC ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ପିତାଙ୍କ ପୋଷ୍ଟିଂ କାରଣରୁ ତାଙ୍କର ପାଠପଢା ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ନାଭାଲ୍ ପବ୍ଲିକ୍ ସ୍କୁଲରେ ହୋଇଥିଲା ।

रवि मोहन सैनी

19 ବର୍ଷ ପୂର୍ବେ, ଯେତେବେଳେ ରବି ଦଶମ ଶ୍ରେଣୀରେ ପଢୁଥିଲେ ପ୍ରଥମ ଥର ପାଇଁ ସେ କୌନ ବନେଗା କାରୋଡ଼ପତି ଜୁନିଅରରେ ଯୋଗ ଦେଇଥିଲେ । ଏବଂ ଏହି ଶୋ’ରେ ନିଜର ପ୍ରତିଭା ପ୍ରଦର୍ଶନ କରୁଥିବାବେଳେ ଅମିତାଭ ବଚ୍ଚନ ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇ ସେ 1 କୋଟି ଟଙ୍କା ଜିତିଥିଲେ ।

रवि मोहन सैनी

ସୂଚନା ଅନୁଯାୟୀ କୌନ ବନେଗା କାରୋଡ଼ପତି ଟିଭି ଦୁନିଆରେ ଏକ ଲୋକପ୍ରିୟ ଟିଭି ସୋ । ଅତିଶୀଘ୍ର ଏହାର ନୂଆ ସିଜନ ଆରମ୍ଭ ହେବାକୁ ଯାଉଛି । ଏହି ଶୋ’ରେ ଭାଗ ନେବା ପାଇଁ ପ୍ରଥମ ପର୍ଯ୍ୟାୟ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.