ଘରେ ପାଆନ୍ତୁ ପିଜ୍ଜାର ସ୍ୱାଦ, ମାତ୍ର ୫ ମିନିଟରେ ପିଲାଙ୍କୁ ବନାଇ ଦିଅନ୍ତୁ ଟେଷ୍ଟୀ ବ୍ରେଡ୍‌ ଚୀଜ୍‌ ଟୋଷ୍ଟ

ପିଲାଙ୍କ ପାଇଁ ଟିଫିନ ପ୍ରସ୍ତୁତ କରିବା ନିଜ ପାଇଁ ଏକ ବହୁତ ବଡ ରୁଟିନ ଅଟେ। କାରଣ ପିଲାମାନେ ସବୁଦିନ ଗୋଟିଏ ପ୍ରକାରର ଖାଦ୍ୟ ଖାଇ ବୋର ହୋଯାନ୍ତି। ସେମାନଙ୍କୁ ସବୁବେଳେ ନୂଆ ନୂଆ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ଯଦି ଆପଣ ପିଲାଙ୍କୁ ନୂଆ ଆଇଟମ୍‌ ବନାଇ ଖାଇବାକୁ ଦେବାକୁ ଚାହୁଁଛନ୍ତି ତେବେ ବ୍ରେଡ ଟୋଷ୍ଟ ବନାନ୍ତୁ। ଏହା ସହଜରେ ପ୍ରସ୍ତୁତ ହେଉଥିବା ଏକ ରେସିପି ଅଟେ। ଏହା ପିଲାଙ୍କୁ ପିଜ୍ଜା ଭଳି ଟେଷ୍ଟ ଦେଇଥାଏ। ସିମଲା ଲଙ୍କା, କର୍ଣ୍ଣ, ପନୀର ଭଳି ସାମଗ୍ରୀରେ ପ୍ରସ୍ତୁତ ହେଉଥିବା ଟିଫିନ ପିଲାଙ୍କୁ ବହୁତ ସୁସ୍ଥ ରଖିଥାଏ। ଆସନ୍ତୁ ଜାଣିବା ଏହି ରେସିପିକୁ ଘରେ କେମିତି କରିବ ପ୍ରସ୍ତୁତ।

ସାମଗ୍ରୀ

toastବ୍ରେଡ ସ୍ଲାଇସ୍‌ – ୪

ପିଆଜ – ୧

କଞ୍ଚା ଲଙ୍କା – ୧

ଲେମ୍ବୁ ରସ – ୧ ଚାମଚ

ମୋଜରିଲା ଚୀଜ୍‌ ସ୍ଲାଇସ୍‌

କଳା ମରୀଚ ପାଉଡର – ଅଳ୍ପ

ସିମଲା ଲଙ୍କା -୧

ଧନିଆ ପତ୍ର – ୧ ବଡ ଚାମଚ

ଚିଜ୍‌ ସ୍ଲାଇସ୍‌ – ଆବଶ୍ୟକଅନୁସାରେ

bredପ୍ରସ୍ତୁତି ପ୍ରଣାଳୀ

ବ୍ରେଡ ଚୀଜ ଟୋଷ୍ଟ ବନାଇବା ପାଇଁ ସର୍ବ ପ୍ରଥମେ ପିଆଜ, କଞ୍ଜା ଲଙ୍କା, ସିମଲା ଲଙ୍କା ଏବଂ ଧନିଆ ପତ୍ରକୁ ଛୋଟ ଛୋଟ କାଟି ଏକ ପ୍ଲେଟରେ ରଖିଦିଅନ୍ତୁ। ଏହି ମିଶ୍ରଣ ଉପରେ କର୍ଣ୍ଣ ମିଶାନ୍ତୁ। ଏହାପରେ ଲେମ୍ବୁ ରସ, କଳାମରୀଚ ପାଉଡର ପକାନ୍ତୁ ଏବଂ ମିଶ୍ରଣକୁ ଭଲଭାବରେ ମିଶାଇ ଦିଅନ୍ତୁ। ଏବେ ଧୀମା ଆଞ୍ଚରେ ନନଷ୍ଟିକ ତାଓ୍ଵା ରଖନ୍ତୁ ଏବଂ ବ୍ରେଡର ସ୍ଲାଇସକୁ ହାଲୁକା ଭାଜି ଦିଅନ୍ତୁ। ସମସ୍ତ ବ୍ରେଡ ସେକି ହୋଇଗଲା ପରେ ପ୍ରସ୍ତୁତ ମିଶ୍ରଣକୁ ତାହା ଉପରେ ରଖନ୍ତୁ। ଏହା ଉପରେ ଚୀଜ୍‌ ସ୍ଲାଇସ୍‌ ରଖନ୍ତୁ। ଗୋଟିଏ ପରେ ଗୋଟିଏ ବ୍ରେଡ୍‌ ତାଓ୍ଵା ଉପରେ ରଖିଦିଅନ୍ତୁ ଏବଂ ଏହା ପରେ ଏକ ବଡ ଥାଳି ଢ଼ାଙ୍କି ଦିଅନ୍ତୁ। ୫ ମିିନିଟରେ ଏହାକୁ ଦେଖିବେ ଯଦି ହୋିଯାଇଥିବ ତେବେ ଏହାକୁ ଆଞ୍ଚରୁ ଓହ୍ଲା ଦିଅନ୍ତୁ। ପ୍ରସ୍ତୁତ ହୋଇଥିବା ବ୍ରେଡ୍‌ ଚୀଜ ଟୋଷ୍ଟକୁ ଗରମା ଗରମ ପିଲାଙ୍କୁ ସର୍ଭ କରନ୍ତୁ।