Below header

ଶୀତଦିନେ ନିଶ୍ଚୟ ଖାଆନ୍ତୁ ଫୁଲକୋବି, ମିଳିବ ଆଶ୍ଚର୍ଯ୍ୟକର ଫାଇଦା

ଫୁଲକୋବି ଶୀତ ଦିନିଆ ପରିବା। ଶୀତ ଦିନରେ ଏହି ପରିବା ବଜାର ହାଟରେ ଭଲଭାବେ ବେଶ ଶସ୍ତାରେ ମଧ୍ୟ ମିଳିଯାଏ। ଫୁଲ କୋବିର ଗୁଣବତ୍ତା ଗରମ ହୋଇଥାଏ ତେଣୁ ଏହାକୁ ଗରମ ଦିନ ଖିଆଯାଏ ନାହିଁ। ଥଣ୍ଡା ଦିନେ ଏହାକୁ ଯେତେ ଖାଇବେ ସେତେ ଶରୀର ପ୍ରତି ଫଳପ୍ରଦ ହେବ।

ଶୀତ ଦିନେ ଅଧିକାଂଶ ଲୋକ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି। ଫୁଲକୋବି ଖାଇବା ଯେମିତି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ଶୀତଦିନେ ଫୁଲକୋବି ଖାଇବା ନିହାତି ଦରକାର । କାରଣ ଏହା ଖାଇବା ଦ୍ୱାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ । ଆସନ୍ତୁ ଫୁଲକୋବିର ଉପକାରିତା ବିଷୟରେ ଆଲୋଚନା କରିବା ।

  1. ଫୁଲକୋବିରେ ଫାଇବର ପ୍ରଚୁର ମାତ୍ରାରେ ଭରି ରହିଥିବାରୁ ଏହା ଶରୀରରେ ବ୍ୟାକ୍ଟେରିଆ ଓ ପାଚନ ଶକ୍ତି ବୃଦ୍ଧି କରିଥାଏ ।
  2. ଫୁଲକୋବିରେ କ୍ୟାଲୋରୀ କମ ଓ ଭିଟାମିନ ଭରପୁର ମାତ୍ରାରେ ରହିଥାଏ, ଯାହାକି ଆମ ଶରୀର ପାଇଁ ବହୁତ ଜରୁରୀ । ଏଥିରେ ଭିଟାମିନ-ସି, ଭିଟାମିନ-କେ ରହିଥାଏ ।
  3. ଫୁଲକୋବି ଆଣ୍ଟିଅକ୍ସିଡେଣ୍ଟର ଏକ ପ୍ରମୁଖ ମାଧ୍ୟମ । ଯାହା ଫଳରେ ଶରୀରର କୋଷିକା ଗୁଡ଼ିକୁ ଏହା ଅନେକ ସଂକ୍ରମଣରୁ ବଞ୍ଚାଇଥାଏ ।
  4. ଫୁଲକୋବିରେ ସଲଫୋରାଫେନ ଥିବାରୁ ଏହା ଆମକୁ କିଡନୀ ରୋଗ, ମଧୁମେହ ଆଦିରୁ ରକ୍ଷା କରିଥାଏ । ଏହା ସହ ବ୍ଲଡପ୍ରେସର କମ କରିବା ସହ ଧମନୀଗୁଡ଼ିକୁ ସୁସ୍ଥ ରଖିଥାଏ ।
  5. ଏଥିରେ କ୍ୟାଲାରୀ କମ ମାତ୍ରାରେ ଥିବାରୁ ଏହା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଫାଇବର ଅଧିକ ମାତ୍ରାରେ ଥିବାରୁ ଏହାକୁ ଖାଇବା ପରେ ଆମକୁ ଶୀଘ୍ର ଭୋକ ହୁଏନାହିଁ, ଫଳରେ ଅଧିକ ଖାଇବାରୁ ଆମେ ରକ୍ଷା ପାଇଥାଉ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.