ଖାଲିପେଟରେ ନିମ୍ବପତ୍ର ଚୋବାଇବା ସ୍ୱାସ୍ଥ୍ୟପାଇଁ ଦିଏ ଅନେକ ଫାଇଦା, ଜାଣନ୍ତୁ କ’ଣ

ନିମ୍ବ ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ତାହା ଆମେ ସମସ୍ତେ ଜାଣିଛେ। ଆର୍ୟୁବେଦ ଦୃଷ୍ଟିକୋଣରୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। ନିମ୍ବ ପତ୍ରରେ ଏମିତି କିଛି ଗୁଣ ରହିଥାଏ, ଯାହା ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାକୁ ଦୂର କରିପାରେ। ନିମ୍ବ ପତ୍ର ଖାଇବାକୁ ପିତା ଲାଗିଥାଏ, କିନ୍ତୁ ପ୍ରତିଦିନ ସକାଳେ ଖାଲିପେଟରେ ନିମ୍ବ ପତ୍ର ଖାଇବା ଅନେକ ସମସ୍ୟା ଦୂର କରିଥାଏ। ପ୍ରତିଦିନ ସକାଳୁ ୪ରୁ ୬ ଟି ନିମ୍ବପତ୍ର ଚୋବାଇଲେ କ’ଣ ଫାଇଦା ମିଳିଥାଏ, ତାହା ଜାଣିବା ନିତାନ୍ତ ଜରୁରୀ।
ଖାଲି ପେଟରେ ନିମ୍ବ ପତ୍ର ଖାଇବାର ଫାଇଦା :
– ଖାଲିପେଟରେ ନିମ୍ବ ଖାଇବା ଦ୍ୱାରା ସ୍ୱାସ୍ଥ୍ୟପ୍ରତି ଅନେକ ଫାଇଦା ଆଣିଥାଏ। ଯେଉଁ ଲୋକଙ୍କୁ ଭୋକ ଲାଗିବା ସମସ୍ୟା ରହିଥାଏ, ସେମାନେ ସକାଳୁ ଖାଲିପେଟରେ ନିମ୍ବ ପତ୍ର ଖାଇପାରିବେ। ଏମିତି କରିବା ଦ୍ୱାରା ଏନିମିୟା ସମସ୍ୟାରୁ ମୁକ୍ତି ମିଳିଥାଏ। ଶରୀରରେ ରକ୍ତ ଅଭାବକୁ ପୂରଣ କରିବାରେ ମଧ୍ୟ ବେଶ୍ ସହାୟକ ହୋଇଥାଏ।
– ତ୍ୱଚାରେ ପ୍ରାକୃତିକ ଚମକ ବଢାଇବା ପାଇଁ ନିମ୍ବ ପତ୍ର କାମରେ ଆସିଥାଏ। ଏମିତିରେ ଆପଣ ଖାଲି ପେଟରେ ନିମ୍ବ ପତ୍ର ଦୋଇ ଚୋବାନ୍ତୁ। ଏମିତି କଲେ ତ୍ୱଚା ସମସ୍ୟାରୁ ମୁକ୍ତି ମିଳିବା ସହିତ ତ୍ୱଚାରେ ପ୍ରାକୃତିକ ଚମକ ମଧ୍ୟ ଆସିବ।
– ଇମ୍ୟୁନିଟି ବୁଷ୍ଟ କରି ମଜବୁତ କରିଥାଏ ନିମ୍ବ ପତ୍ର। ତେଣୁ ଖାଲିପେଟରେ ନିମ୍ବ ପତ୍ର ଖାଇବା ଦ୍ୱାରା କେବଳ ରୋଗ ପ୍ରତିରୋଧକ କ୍ଷମତା ବଢିବା ସହିତ ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇମ୍ଫ୍ଲୋମେଣ୍ଟାରୀ, ଆଣ୍ଟି ଫଙ୍ଗଲ ଗୁଣ ରହିଥାଏ। ଶରୀରରେ ଅନେକ ସଂକ୍ରମଣରୁ ଦୂର ରଖିଥାଏ ନିମ୍ବ ପତ୍ର।
ବିଦ୍ର: ଯଦି ଖାଲିପେଟରେ ନିମ୍ବ ପତ୍ର ଖାଇଲେ କେଉଁ ପ୍ରକାରର ସମସ୍ୟା ଦେଖାଦେଉଛି, ତେବେ ଆପଣ ଡାକ୍ତରଙ୍କର ପରାମର୍ଶ ନିଶ୍ଚିତ ନିଅନ୍ତୁ।