ୟୁକ୍ରେନର ଏ ଚିତ୍ର କୋଉ ଫିଲ୍ମରୁ ବି କମ ନୁହେଁ, ଯୁଦ୍ଧ ବେଳେ ବିବାହ କଲେ ପ୍ରେମୀ ଯୋଡି

ଯେତେବେଳେ ଋଷ ପକ୍ଷରୁ ବୋମା ଓ କ୍ଷେପଣାସ୍ତ୍ର ୟୁକ୍ରେନ ଉପରେ ପଡିଚାଲିଥିଲା । ଋଷ ଯୁଦ୍ଧ ବିମାନ ଗୋଟେ ପରେ ଗୋଟେ ଅଞ୍ଚଳକୁ ଟାର୍ଗେଟ କରୁଥିଲେ ଠିକ ସେତିକିବେଳେ ଏକ ଦମ୍ପତ୍ତି ଚର୍ଚ୍ଚରେ ବିବାହ କରୁଥିଲେ । ଏହି ଦମ୍ପତିଙ୍କ ବିବାହ ଓ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି ।

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜୋରସୋରରେ ଲାଗିରହିଛି । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଏଭଳି ଚିତ୍ର ଓ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଆପଣ ଭୟରେ ବାହାରକୁ ବାହାରିବେନି । ଜୀବନର ସବୁ ଭଲ ମୂହୂର୍ତ୍ତକୁ ମନେ ପକାଇବେ । ଭିଡିଓ ସବୁକୁ ଦେଖିଲେ ଆପଣଙ୍କ ଆଖି ଭରିଯିବ । କିନ୍ତୁ ଯୁଦ୍ଧର ପ୍ରଥମ ଦିନ ୟୁକ୍ରେନର ରାଜଧାନୀରେ ଦେଖିବାକୁ ମିଳିଥିଲା ଏମିତି ଚିତ୍ର ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଭାବିବାକୁ ଲାଗିବେ କେମିତି ଏହା ସମ୍ଭବ ।

ବାସ୍ତବ କଥା ହେଉଛି ଯୁଦ୍ଧର ଘଡିସନ୍ଧି ମୂହୂର୍ତ୍ତରେ ଏକ ପ୍ରେମୀ ଯୋଡି ଚର୍ଚ୍ଚରେ ବିବାହ କରୁଥିଲେ । ଯାହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗଣମାଧ୍ୟମ ଖବର ଅନୁଯାୟୀ ୨୧ବର୍ଷିୟ ୟାରିନା ଆରିଭା ଓ ତାଙ୍କ ସାଥୀ ଭିଆଟୋ ସ୍ଲାଭ ଫୁର୍ସିନ କିବରେ ସେଣ୍ଟ ମାଇକେଲ ମୋନଷ୍ଟେରୀରେ ବିବାହ କରିଥିଲେ । ଯେତେବେଳେ ସେମାନଙ୍କୁ ଏପରି ନିଷ୍ପତ୍ତି ବିଷୟେ ପଚରାଗଲା ସେମାନେ କହିଥିଲେ କି ଆମ ଭବିଷ୍ୟତ କଣ ତାହା ଆମେ ଜାଣି ନାହୁଁ ।

ଏହି ଦମ୍ପତ୍ତି ମେ ୬ରେ ବିବାହ କରିବାକୁ ଯୋଜନା କରିଥିଲେ । ଏବଂ ଡନିପର ନଦୀକୂଳରେ ଏକ ରେଷ୍ଟୁରାଣ୍ଟରେ ଉତ୍ସବ ପାଳନ କରିଥିଲେ । ସେହି ମୂହୂର୍ତ୍ତକୁ ମନେ ପକାଇ ବର କହିଥିଲେ କି ଏହା ବହୁତ ସୁନ୍ଦର ମୂହୂର୍ତ୍ତ ଥିଲା । କେବଳ ନଦୀ ଆମେ ଆଉ ସୁନ୍ଦର ଆଲୋକ ଥିଲା । ଆମେ ବିବାହର ପ୍ଲାନିଂ ବି କରିଥିଲୁ । କିନ୍ତୁ ଫେବୃଆରୀ ୨୪ ଗୁରୁବାର ଯେବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବାକୁ ଘୋଷଣା କଲେ, ସେତେବେଳେ ସବୁକିଛି ବଦଳିଗଲା ।

ଆରିଭା କହିଛନ୍ତି ପରିସ୍ଥିତି ବହୁତ ଖରାପ ଅଟେ । ଆମେ ଆମ ଦେଶପାଇଁ ଯୁଦ୍ଧ କରିବାକୁ ଯାଉଛୁ । ଆମେ ହୁଏତ ମରି ବି ଯାଇପାରୁ । ତେଣୁ ଏମିତି କିଛି ହେବା ପୂର୍ବରୁ ଆମେ ଏକାଠି ହେବାକୁ ଚାହୁଁଥିଲୁ । କହିରଖୁଛୁ ଏହି ଦମ୍ପତ୍ତି ବିବାହ ପରେ ସ୍ଥାନୀୟ ଟେରିଟୋରିଆଲ ଡିଫେନ୍ସ ସେଣ୍ଟରରେ ପହଞ୍ଚି ସେମାନଙ୍କ ଦେଶକୁ ବଞ୍ଚାଇବାକୁ ଚାଲିଥିବା ପ୍ରୟାସରେ ଯୋଗ ଦେଇଥିଲେ ।

ଏହି ଦୁହିଙ୍କ ସାକ୍ଷାତ ପ୍ରଥମେ କିବରେ ହୋଇଥିଲା । ଅକ୍ଟୋବର ୨୦୧୯ରେ କିବ ସେଣ୍ଟର ଏରିଆରେ ଏକ ବିରୋଧ ସମୟରେ ଏମାନେ ଦୁହେଁ ପରସ୍ପରକୁ ଭେଟିଥିଲେ । ଆରିଏଭା କିବ ସିଟି କାଉନସିଲରେ ଡେପୁଟି ପଦବୀରେ ଥିଲେ । ଯେବେକି ଭିଆଟୋ ସ୍ଲାଭ ବୃତ୍ତି ଅନୁଯାୟୀ ସଫ୍ଟୱେର ଇଞ୍ଜିନିୟର ।

ଆରିଏଭା କହିଛନ୍ତି କି ଆମେ ଯେଉଁ ଲୋକଙ୍କୁ ଭଲପାଉ ଏବଂ ଯେଉଁ ମାଟିରେ ଆମେ ରହୁ ତାହାର ସୁରକ୍ଷା କରିବାକୁ ପଡିବ । ମୁଁ ଆଶା ରଖୁଛି ସବୁକିଛି ଠିକ ହୋଇଯିବ କିନ୍ତୁ ମୁଁ ନିଜ ଦେଶକୁ ସୁରକ୍ଷା ଦେବା ପାଇଁ ସବୁକିଛି କରିବି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.