Below header

ଆଜି Rose Day ରେ ନିଜ ପାର୍ଟନରଙ୍କୁ ଖୁଆନ୍ତୁ ଏହି ସ୍ପେଶାଲ ଗୋଲାପ ରୋଲ୍‌

ଆଜିଠାରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ ଓ୍ଵିକ୍‌। ଏଭଳି ଦିନରେ ଆପଣ ନିଜ ପାର୍ଟନରଙ୍କୁ ସୁନ୍ଦର ଗୋଲାପ ଦେବା ସହ କିଛି ଖାସ୍‌ ମିଠା ପ୍ରସ୍ତୁତ କରି ଖୁଆନ୍ତୁ। ତେବେ ଆଜି ଆମେ ଆପଣଙ୍କୁ ଗୋଲାପ ଫୁଲ ସେପ୍‌ରେ ପ୍ରସ୍ତୁତ ହୋଇଥିବା ଡାଲଚିନି ରୋଲ ବିଷୟରେ କହିବୁ।

ଆବଶ୍ୟକୀୟ ସାମଗ୍ରୀ:

cinnamon-rolls-ମଇଦା- ୨ କପ୍‌

ଲହୁଣି- ୧/୪ କପ

ଚିନି- ୨ ଟିସ୍ପୁନ୍‌

କ୍ଷୀର- ୧/୨ କପ୍‌

ବ୍ରାଉନ୍‌ ସୁଗାର- ୧/୪ କପ୍‌

ଡ୍ରାଇ ଇଷ୍ଟ- ୧ଟିସ୍ପୁନ୍‌

ଡାଲଚିନି ପାଉଡର- ୧ଟେବୁଲସ୍ପୁନ୍‌

ତେଲ- ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ:

Cinnamon-Rollsସର୍ବପ୍ରଥମେ ଏକ ବାଉଲରେ ମଇଦା, ୨ ଟେବୁଲସ୍ପୁନ୍‌ ଲହୁଣି ଏବଂ ଡ୍ରାଇ ଇଷ୍ଟ ପକାଇ ଭଲଭାବେ ମିଶ୍ରଣ କରନ୍ତୁ। ଏବେ ସେଥିରେ ହାଲୁକା ଉଷୁମ କ୍ଷୀର ମିଶାଇ ଚକଟି ଦିଅନ୍ତୁ। ଯଦି ଆବଶ୍ୟକ ପଡେ ଆପଣ ସେଥିରେ ୧ ରୁ ୨ ଚାମଚ ପାଣି ମଧ୍ୟ ପକାଇପାରିବେ। ଚକଟି ଥିବା ଅଟାର ଚାରିପଟେ ତେଲ ଲଗାଇ ୨ ଘଣ୍ଟା ପାଇଁ ଘୋଡାଇ ଅଲଗା ରଖିଦିଅନ୍ତୁ। ୨ ଘଣ୍ଟା ପରେ ଅଟା ଚକଟା ଫୁଲି ଦୁଇ ଗୁଣ ହୋଇଯିବା ପରେ ତାକୁ ପୁଣି ଥରେ ୧ ରୁ ୨ ମିନିଟ୍‌ ପର୍ଯ୍ୟନ୍ତ ଚକଟନ୍ତୁ। ଏବେ ବୋର୍ଡ ଉପରେ ଅଳ୍ପ ସୁଖିଲା ମଇଦା ପକାନ୍ତୁ। ଏହାପରେ ଚକଟା ହୋଇଥିବା ଅଟାକୁ ଗୋଲ ଆକାର ଦେଇ ସୁଖିଲା ଅଟା ଉପରେ ରଖି ହାତରେ ବଡ କରନ୍ତୁ। ଏହାପରେ ସୁଖିଲା ମଇଦା ପକାଇ ଅଟାକୁ ବେଲନ୍ତୁ। ଏହାପରେ ବେଳଶ ଯାଇଥିବା ଅଟା ଉପରେ ଲହୁଣି ପକାଇ ଡାଲ ଚିନି ପାଉଡର ଏବଂ ବ୍ରାଉନ ସୁଗାରକୁ ମିକ୍ସ କରି ଏହା ଉପରେ ପକାନ୍ତୁ।

rose-ଏବେ ସେହି ଅଟାକୁ ହାତରେ ଧିରେ ଧିରେ ମୋଡି ଗୋଲାପ ଫୁଲ ସେପ୍‌ ଭଳି ରୋଲ ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ଫୁଲକୁ ୧ ଘଣ୍ଟା ପର୍ଯ୍ୟନ୍ତ ଘୋଡାଇ ରଖିବା ପରେ ଓଭାନରେ ୧୮୦ ଡିଗ୍ରୀରେ ଗରମ କରି ୧୫ ମିନିଟ୍‌ ପର୍ଯ୍ୟନ୍ତ ରୋଲକୁ ଗରମ କରନ୍ତୁ। ଏବେ ଆପଣଙ୍କୁ ରୋଲ ପ୍ରସ୍ତୁତ ହୋଇସାରିଛି। ଏବେ ଆପଣ ତାହା ଉପରେ ଅଳ୍ପ କିଛି ଡାଲଚିନି ପାଉଡର ଏବଂ ଗୁଣ୍ଡ କରାଯାଇଥିବା ଚିନି ପକାଇ ଖାଇବାକୁ ଦିଅନ୍ତୁ। ଆପଣ ନିଜ ଇଛାନୁସାରେ ଏହାଉପରେ ଚକଲେଟ୍‌ କିମ୍ବା କ୍ରିମ୍‌ ସାହାର୍ଯ୍ୟରେ ମଧ୍ୟ ସଜାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.