କଳାହାଣ୍ଡିରେ ନିଆଳି ଭୟ! ଅଜଣା ଜନ୍ତୁ ଆକ୍ରମଣରେ ୧୯ମେଣ୍ଡା ମୃତ

କଳାହାଣ୍ଡି : ପୁଣି ଅଜଣା ଜନ୍ତୁ ଆତଙ୍କ। ଅଜଣା ଜନ୍ତୁ ଆକ୍ରମଣରେ ୧୯ମେଣ୍ଡା ମୃତ। କଳାହାଣ୍ଡି ମଦନପୁର ରାମପୁର ବ୍ଲକ ଡଙ୍ଗାପଟା ଗାଁର କୈଳାଶ ମାଝିଙ୍କ ଗୁହାଳରୁ ୧୯ଟି ମେଣ୍ଡାର ମୃତଦେହ ଉଦ୍ଧାର ହୋଇଛି। ମେଣ୍ଡା ମାନଙ୍କ ବେକ କାନରେ କ୍ଷତ ଚିହ୍ନ ରହିଛି। ଗତ ୨ ଦିନ ହେଲା ଗାଁରେ ଆତଙ୍କ ଖେଳାଇଥିବାବେଳେ ଏଯାଏଁ ବନବିଭାଗ ପହଞ୍ଚିନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

You might also like