Below header

ବଢ଼ୁଥିବା ଓଜନକୁ କରନ୍ତୁନି ଅଣଦେଖା, ଏହା ହୋଇପାରେ ହାର୍ଟ ଆଟାକର ପ୍ରମୁଖ ଲକ୍ଷଣ

ଶରୀରରେ ଠିକ ମାତ୍ରାରୁ ଅଧିକ ଫ୍ୟାଟ୍‌ ରହିବା କାରଣରୁ କୋଲେଷ୍ଟ୍ରଲ ବଢ଼ିଥାଏ ଯାହା ହୃଦରୋଗର କାରଣ ହୋଇଥାଏ। ଟ୍ରାନ୍ସ ଫ୍ୟାଟ ହୃଦରୋଗର କାରଣ ହୋଇଥାଏ। କୋଲେଷ୍ଟ୍ରଲ ଟେଷ୍ଟ ବର୍ଷକୁ ଥରେ କରନ୍ତୁ।

ଉଚ୍ଚ ରକ୍ତଚାପ

ଲମ୍ବା ସମୟ ଧରି ଉଚ୍ଚରକ୍ତଚାପ ଧମନୀକୁ ବ୍ଲକ କରିଥାଏ ଏବଂ ଏହା ଅନେକ ରୋଗକୁ ବଢ଼ାଇଥାଏ। ଡାଇବେଟିଜ୍‌ ରୋଗୀଙ୍କର ଲଗାତର ଭାବରେ ସୁଗାର ସ୍ତର ବଢ଼ୁଥିଲେ କମୁଥିଲେ ଏହା ହୃଦୟ ପାଇଁ ଠିକ୍‌ ନୁହେଁ। ଏହା ହୃଦୟକୁ କାର୍ଯ୍ୟ କ୍ଷମତାକୁ ପ୍ରଭାବିତ କରିଥାଏ।

fatଧୂମ୍ରପାନ ହାର୍ଟ ପାଇଁ ହୋଇଥାଏ କ୍ଷତିକାରକ

ସ୍ମୋକିଂ ଦ୍ୱାରା ହୃଦୟର ଧମନୀ ସଂକୁଚିତ ହୋଇଯାଏ। ରକ୍ତ ସଞ୍ଚାର ବାଧିତ ହୋଇଥାଏ। ମଦ ହୃଦୟର ମାଂସପେଶୀକୁ ଦୁର୍ବଳ କରିଥାଏ ଏବଂ ହାର୍ଟର ପପିଂ କ୍ଷମତା କମିଥାଏ।

ଏହାସହ ପଢନ୍ତୁ : ଏହି ୪ଟି ସହଜ ଉପାୟ ଦ୍ୱାରା ଆପଣଙ୍କର କେବେବି ପାଖ ମାଡିବନି ହାର୍ଟ ଆଟାକ୍‌, ନିଶ୍ଚୟ ଟ୍ରାଏ କରି ଦେଖନ୍ତୁ

ବଢ଼ୁଥିବା ଷ୍ଟ୍ରେସ୍‌

ଚିନ୍ତାର ସମ୍ପର୍କ ହୃଦୟ ସହିତ ରହିଥାଏ। ଏଥିପାଇଁ ଯେତେ ସମ୍ଭବ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ କାରଣ ଚିନ୍ତା ଦ୍ୱାରା ଆଡ୍ରିନାଲିନ ହର୍ମୋନ ରିଲିଜ୍‌ ହୋଇଥାଏ। ଏହାଦ୍ୱାରା ହାର୍ଟ ରେଟ ବଢ଼ିଥାଏ। ବ୍ଲଡପ୍ରେସର ମଧ୍ୟ ବଢ଼ିବାକୁ ଲାଗିଥାଏ।

heartକମ୍‌ ନିଦ୍ରା

କମ୍‌ ଶୋଇବାରେ ଚିନ୍ତା, ଥକାପଣ ବଢ଼ିଥାଏ। ଆପଣ ଅତିକମରେ ୭ ଘଣ୍ଟା ନିଦ୍ରା ନେବା ଆବଶ୍ୟକ। କମ୍‌ ଶୋଇବାଂ ଦ୍ୱାରା ହୃଦୟ ଧମନୀକୁ କାର୍ଯ୍ୟ କ୍ଷମତା ବଢ଼ିଥାଏ। ଏହାଦ୍ୱାରା ପୂରା ଦିନ ଶରୀରର ସନ୍ତୁଳନ ବିଗିଡିଥାଏ। ଅନିଦ୍ରା କାରଣରୁ ହାର୍ଟ ଆଟାକ ଆଶଙ୍କା ବଢ଼ିଥାଏ।

ବଂଶଗତ

ଖରାପ କୋଲେଷ୍ଟ୍ରଲ ବଢ଼ିବା ଜେନେଟିକ ହୋଇଥାଏ। ମା-ବାପାଙ୍କ ଠାରେ ଏହା ଥିଲେ ତାହା ପିଲାଙ୍କ ଠାରେ ହେବାର ମଧ୍ୟ ଆଶଙ୍କା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.