୫ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ଖଡ଼ିଆଳ ପୋଲିସ୍: ୪ ହାଜରରୁ ଅଧିକ ଟଙ୍କା, ଗାଡ଼ି ଓ ମୋବାଇଲ ଜବତ

ଖଡିଆଳ: ପୋଲିସ ହାତରେ ଧରାପଡିଲେ ୫ ଆନ୍ତଃଜିଲ୍ଲା ଡକାୟତ। ଖଡିଆଳ ପୋଲିସ ସେମାନଙ୍କଠାରୁ ପ୍ରାୟ ୪ ହଜାରରୁ ଅଧିକ ଟଙ୍କା ସହ ୬ଟି ମୋବାଇଲ ଫୋନ ଓ ୩ଟି ମୋଟରସାଇକେଲ ଜବତ କରିଛି । ଗତ ସେପ୍ଟେମ୍ବର ୨୩ ତାରିଖରେ ଖଡିଆଳ ଝୋଲପଥର ଗାଁର କପଡା ବ୍ୟବସାୟୀ କୋଶଳ ମେହେର ଓ ତାଙ୍କ ଦୁଇ ସାଙ୍ଗଙ୍କ ଠାରୁ ଲୁଟ୍‌ ହୋଇଥିଲା। ୬ଜଣ ଡକାୟତ ଦୁଇଟି ମୋଟର ସାଇକେଲରେ ଆସି ୩ଜଣଙ୍କୁ ଅଟକାଇଥିଲେ। ପରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରି ୧୫ ହଜାରରୁ ଅଧିକ ଟଙ୍କା ସହ ମୋବାଇଲ ଫୋନ ନେଇ ଫେରାର ହୋଇଯାଇଥିଲେ । ଖଡିଆଳ ଥାନାରେ ଅଭିଯୋଗ ପରେ ପୋଲିସ ସେମାନଙ୍କୁ ଗିରଫ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.