Below header

ଧାନ କି ଗହମ ନୁହେଁ, ଏଠାରେ ହୋଇଥାଏ ‘ଚୌକି’ ଚାଷ

୫୦ ବର୍ଷ ପୁରୁଣା କୌଣସି ଗଛକୁ କାଟି ଫର୍ଣ୍ଣିଚର ତିଆରି କରିବା ଅପେକ୍ଷା ଗଛକୁ ଫର୍ଣ୍ଣିଚର ଆକାରରେ ତିଆରି କରିବା ସହଜ ହୋଇଥାଏ। ରିପୋର୍ଟ ଅନୁଯାୟୀ ଇଂଲଣ୍ଡରେ ରହୁଥିବା ପତି-ପତ୍ନୀ ଗୋଓ୍ଵିନ ଏବଂ ଏଲିସ ମୁନରୋ ବହୁତ ବର୍ଷ ଧରି ଫର୍ଣ୍ଣିଚର ଆକାରର ଗଛ ଲଗାଇଥାନ୍ତି। ଉଭୟ ଦମ୍ପତି ବର୍ତ୍ତମାନ ପଯ୍ୟର୍ନ୍ତ ୫୦ ଟେବୁଲ, ୨୫୦ ଚୌକି ଏବଂ ୧୦୦ ଲ୍ୟାମ୍ଫ। ଗୋଓ୍ଵିନ ୨୦୦୬ ମସିହାରୁ ଗଛକୁ ଫର୍ଣ୍ଣିଚର ଆକାରରେ ତିଆରି କରିଥିଲେ। ସେ ସମୟରେ ସେ ଗଛକୁ ଚୌକି ଆକାରରେ ତିଆରି କରିଥିଲେ। ଏହାପରେ ଏହି କାମ କରିବାରେ ତାଙ୍କ ଭିତରର ଇଛାଶକ୍ତି ଜାଗ୍ରତ ହୋଇଥିଲା।

chair୨୦୧୨ ମସିହାରେ ଗୋଓ୍ଵିନ ଏଲିସ୍‌ଙ୍କୁ ବିବାହ କରିଥିଲେ। ଏହାପରେ ସେ ଏକ କମ୍ପାନୀ ଖୋଲିବା ପରେ ନିଜର ଆଇଡିଆକୁ ଏକ ବ୍ୟବସାୟରେ ପରିଣତ କରାଇଥିଲେ। କିନ୍ତୁ ପ୍ରଥମ ଥର ସେ ଫର୍ଣ୍ଣିଚର ତିଆରି କରିବା ସମୟରେ ତାଙ୍କର ଫସଲ ନଷ୍ଟ ହୋଇଯାଇଥିଲା। ଗୋଓ୍ଵିନଙ୍କ କହିବା ଅନୁଯାୟୀ ସେ ଏକ ବୋନସାଇ ଗଛକୁ ଦେଖିବା ପରେ ତାଙ୍କୁ ସେହି ଗଛଟି ବିଲକୁଲ୍‌ ଚୌକି ଆକାରର ଦେଖାଯାଇଥିଲା। ଗଛକୁ ଫର୍ଣ୍ଣିଚର ଆକୃତି ଦେବାରେ ଅନେକ ସମୟ ଲାଗିଥାଏ। ଏଥିପାଇଁ ଗଛର ଡାଳକୁ ସେହି ହିସାବରେ ମୋଡିବାକୁ ପଡିଥାଏ। ଏହି ଗଛରେ ତିଆରି ଚୌକିକୁ ୮ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥାଏ। ସେହିଭଳି ଟେବୁଲର ମୂଲ୍ୟ ୧୧ ଲକ୍ଷ ଏବଂ ଗୋଟିଏ ଲ୍ୟାମ୍ପର ମୂଲ୍ୟ ୮୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି।

ସୂଚନା ଅନୁଯାୟୀ ଗଛରେ ଏକ ଚୌକି ତିଆରି କରିବା ପାଇଁ ୬ ରୁ ୯ ମାସ ସମୟ ଲାଗିଥାଏ। ଏହାପରେ ଏହା ବିକ୍ରି କରିବା ପାଇଁ ପ୍ରସ୍ତୁତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.